ଏମିତି ଗାଁ ଯେଉଁଠି ରହିଲେ ଘର, ଟଙ୍କା ଓ ଚାକିରି ପାଇବେ

ଯୁବକ ଅଥଚ ଚାକିରି ନାହିଁ, ପରିବାର ଅଛି । ତେବେ ପିଲାଟିଏ ଧରି ଚାଲନ୍ତୁ ଇଟାଲୀର ସେହି ଗାଁକୁ, ଯେଉଁଠି ମିଳିବ ୮ ଲକ୍ଷ ଟଙ୍କା । ଗାଁରେ ରହିବେ । ଟଙ୍କା ସାଙ୍ଗକୁ ଘର ଓ ଚାକିରି ବି ପାଇବେ । ଇଟାଲୀର ଗାଁରୁ ଆସିଛି ଏମିତିକା ଅଫର । ଉତ୍ତର ଇଟାଲୀର ପିଡମାଣ୍ଟ ଅଞ୍ଚଳର ଲୌକାନା ଜିଲ୍ଲାର କେତେକ ଗାଁର ଜନସଂଖ୍ୟା କମିଯାଇଛି । ଗାଁ ପ୍ରାୟ ଖାଲି ଲାଗୁଛି । ସେହି ସବୁ ଗାଁରେ ବେଶି ବୁଢା ରହିଛନ୍ତି । ଆଗେ ଇଟାଲୀବାସୀଙ୍କ ପାଇଁ ଏହି ଅଫର ଥିଲା । ଏବେ ବିଶ୍ୱର ଯେ କୌଣସି ଦେଶର ଲୋକ ସେଠାରେ ରହିଲେ ଏହି ସୁବିଧା ପାଇପାରିବେ । କିନ୍ତୁ ଏଥିପାଇଁ ଏକ ସର୍ତ୍ତ ରହିଛି । ତାହା ହେଲା, ଯୋଉ ପରିବାର ଗାଁରେ ରହିବାକୁ ଆସିବେ ସେମାନେ ସାଙ୍ଗରେ ଜଣେ ପିଲାକୁ ନେଇ ଆସିବେ । ଯୁବ ପରିବାର ଲାଗି ଏହି ଅଫର୍ । ଗାଁରେ ରହିବା ପରେ ୧୦,୦୦୦ ୟୁରୋ (୮.୧୭ ଲକ୍ଷ ଟଙ୍କା) ମିଳିବ ଓ ଏହା ସାଙ୍ଗକୁ ଘର ବି । ଏତିକିରେ ଅଫର ଅଟକିନାହିିଁ, ଏହା ପଛକୁ ରହିଛି ଚାକିରି । ୧୧୮୫ ମସିହାରେ ଗଢ଼ିଉଠିଥିବା ଗାଁରେ ପ୍ରତିବର୍ଷ ୪୦ ଜଣଙ୍କର ମୃତ୍ୟୁ ହେଉଥିବାବେଳେ ମାତ୍ର ୧୦ ଜଣ ଜନ୍ମ ହେଉଛନ୍ତି । ଗାଁରୁ ଯୁବକମାନେ ବି ଚାକିରି ଲାଗି ସହର ତଥା ବିଦେଶକୁ ଚାଲିଯାଉଛନ୍ତି । ଉନବିଂଶ ଶତାବ୍ଦୀ ଆରମ୍ଭରେ ଗାଁର ଲୋକସଂଖ୍ୟା ୮ ହଜାର ଥିଲା, ବର୍ତ୍ତମାନ ଦେଢ଼ ହଜାର । ଏମିତିକା ସଙ୍କଟରେ ପଡିଥିବା ଗାଁ ମନେଲାଭା ଅଫର ଦେବନି ବା କାହିଁକି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ