ଏମ୍ସର ୪ ଡାକ୍ତର କରୋନା ପଜିଟିଭ

ଭୁବନେଶ୍ବର : ଭୁବନେଶ୍ବର ଏମ୍ସର ୪ ଜଣ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ମଙ୍ଗଳବାର ଏହି ୪ ଡାକ୍ତର ପଜିଟିଭ୍‌ ହୋଇଥିବା ଜଣାପଡିଛି । ଏମ୍ସର ନିର୍ଦ୍ଦେଶକ ବି ଗୀତାଞ୍ଜଳୀ ଏହି ସୂଚନା ଦେଇଛନ୍ତି । ସଂକ୍ରମିତ ହୋଇଥିବା ୪ ଡାକ୍ତରଙ୍କ ମଧ୍ୟରେ ୩ ଜଣ ବରିଷ୍ଠ ଡାକ୍ତର ରହିଥିବା ବେଳେ ଜଣେ ଜୁନିୟର ଡାକ୍ତର ରହିଛନ୍ତି । ୩ ବରିଷ୍ଠ ଡାକ୍ତର ସର୍ଜରୀ, ପାଥୋଲୋଜୀ ଏବଂ ମେଡିସିନ୍‌ ବିଭାଗର ରହିଥିବା ବେଳେ ଜୁନିୟର ଡାକ୍ତର ଜଣକ ଚର୍ମରୋଗ ବିଭାଗର ଅଟନ୍ତି । ୪ ଡାକ୍ତରଙ୍କ ନିକଟରେ କୌଣସି ଲକ୍ଷଣ ନଥିବା ବେଳେ ସେମାନଙ୍କୁ ହୋମ କ୍ବାରେଣ୍ଟିନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଜଣେ ଜୁନିୟର ଡାକ୍ତର ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ