ଏମ୍ସ ଡାକ୍ତରଙ୍କୁ ଚେତାବନୀ ,କାର୍ଯ୍ୟରେ ଯୋଗ ଦିଅ ନଚେତ କାର୍ଯ୍ୟନ୍ୁଷ୍ଠାନ
ନେସନାଲ ମେଡିକାଲ କମିସନ ବିଲକୁ ନେଇ ହରତାଳ କରୁଥିବା ରେସିଡେନ୍ସି ଡାକ୍ତର ମାନଙ୍କୁ ଚେତାବନୀ ଦେଇ କହିଛନ୍ତି କାର୍ଯ୍ୟରେ ଯୋଗ ଦିଅ ନଚେତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ବୟାନରେ କୁହାଯାଇଛି ରେସିଡେଣ୍ଟି ଡାକ୍ତର ଷ୍ଟୁଡେଣ୍ଟ ୟୁନିୟନ କାମରେ ବାଧାପ୍ରାପ୍ତ ହେଉଛି ।ଶୁକ୍ରବାର ସ୍ୱାସ୍ଥ ମନ୍ତ୍ରୀ ହର୍ଷ ବର୍ଦ୍ଧନ ଡାକ୍ତର ମାନଙ୍କ ବୁଝାସୁଝା କରିବା ସହ ଆନ୍ଦୋଳନରୁ ଓହରି ଯିବାକୁ କହିଥିଲେ । ତଥାପି ଡାକ୍ତର ମାନେ ଅଡିବସିଛନ୍ତି । ତେଣୁ ଏମ୍ସ ତରଫରୁ କଡା ଚେତାବନୀ ଦିଆଯାଇଛି ଆନ୍ଦୋଳନ ଛାଡି କାର୍ଯ୍ୟରେ ଯୋଗ ଦିଅ ନଚେତ କାର୍ଯରେ ବାଧା ଦେଲେ ନିଳମ୍ବନ ଓ ହଷ୍ଟେଲରୁ ବାହାର କରାଯିବା ସହ ସେମାନଙ୍କୁ ବହିଷ୍କାର କରାଯିବ ବୋଲି ଏମ୍ସ କର୍ତ୍ତୁପକ୍ଷ ନିଷ୍କତ୍ତି ଗ୍ରହଣ କରିଛନ୍ତି ।


