ଏମ୍ସ ହେବ ମେଡିକାଲ ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସକୁ ବିଶ୍ୱସ୍ତରୀୟ ମେଡିକାଲ ବିଶ୍ୱବିଦ୍ୟାଳୟ ରୂପେ ପ୍ରତିଷ୍ଠା କରାଯିବ । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଓ ଏମ୍ସ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ନିର୍ଦ୍ଦେଶ ଅନୁସାରେ ଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷ ସମସ୍ତ ବିଭାଗକୁ ସର୍ଭେ କରାଯାଇ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟ ଅଧୀନରେ ଓଡ଼ିଶା ସମେତ ଦେଶର ୨୧ଟି ଏମ୍ସ କାର୍ଯ୍ୟକରିବ । ମିଳିଥିବା ସୂଚନା ଅନୁସାରେ, ଆସନ୍ତା ନଭେମ୍ବର ୧୦ ତାରିଖ ସୁଦ୍ଧା ଆଗାମୀ ୨୦ ବର୍ଷ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସେବା ସହ ଜଡ଼ିତ ପ୍ରସ୍ତାବ ଦେବା ପାଇଁ ଏମ୍ସର ପ୍ରତ୍ୟେକ ବିଭାଗକୁ କୁହାଯାଇଛି । ପ୍ରସ୍ତାବ ସହିତ ସ୍ୱାସ୍ଥ୍ୟସେବା କିଭଳି ସୁଦୃଢ଼ କରାଯାଇ ପାରିବ ସେନେଇ ବିଭିନ୍ନ ପରାମର୍ଶ ଦେବେ । ସର୍ଭେ ଶେଷ ହେବା ପରେ ରିପୋର୍ଟ ପ୍ରସ୍ତୁତ କରାଯାଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟରୁ ହସ୍ତଗତ କରାଯିବ । ଓଡ଼ିଶାର ଭୁବନେଶ୍ୱର ଏମ୍ସ ସମେତ ଦେଶର (କାର୍ଯ୍ୟରତ ଓ ପ୍ରସ୍ତାବିତ) ୨୧ଟି ଏମ୍ସ ବିଶ୍ୱସ୍ତରୀୟ ମେଡିକାଲ ବିଶ୍ୱବିଦ୍ୟାଳୟ ଅଧୀନରେ ରହିବ । ଉଲ୍ଲେଖଯାଗ୍ୟ, ଏମ୍ସକୁୁ ବିଶ୍ୱସ୍ତରୀୟ ମେଡିକାଲ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ପି ବେଣୁଗୋପାଳଙ୍କୁ ଉପଦେଷ୍ଟା ରୂପେ ନିଯୁକ୍ତି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ