ଏମ୍ଜିଏନ୍ଆରଇଜିଏସ୍ କାମ ପ୍ରତି ବଢ଼ୁଛି ଶ୍ରମିକଙ୍କ ଆଗ୍ରହ
ରାଇକିଆ, (ପ୍ରଦୀପ କୁମାର ବେହେରା): ଏମ୍ ଜିଏନ୍ଆରଇଜିଏସ୍ କାମ ପାଇଁ କଟକଣା କୋହଳ ପରେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି । ସାମାଜିକ ଦୁରତ୍ଵ କୁ ଧ୍ୟାନ ଦିଆ ଯାଇ ଅଧିକ ରୁ ଅଧିକ ଶ୍ରମିକ ଙ୍କୁ ଏହି ଯୋଜନା ରେ ସାମିଲ କରାଯାଇଛି । ଶୁକ୍ରବାର ସୁଦ୍ଧା ବ୍ଲକ ର ବାର ଗୋଟି ପଞ୍ଚାୟତ ରେ ବିଭିନ୍ନ ବିଭାଗର ପ୍ରକଳ୍ପ କୁ ମିଶାଇ ୨୦୦ ରୁ ଉର୍ଦ୍ଧ୍ୱ ପ୍ରକଳ୍ପ କାମ ଆରମ୍ଭ କରାଯାଇଛି । ଏଥିରେ ତିନି ହଜାର ରୁ ଉର୍ଦ୍ଧ୍ୱ ଶ୍ରମିକ ନିୟୋଜିତ ଅଛନ୍ତି । ଲକ୍ ଡାଉନ୍ ଯୋଗୁଁ ଘରେ ଖାଲିରେ ବସିଥିବା ବିଭିନ୍ନ ଶ୍ରମିକ ଶ୍ରେଣୀର ଲୋକ ବର୍ତମାନ ଏମ୍ ଜିଏନ୍ଆରଇଜିଏସ୍ ରେ କାମ କରିବାକୁ ଆଗ୍ରହ ଦେଖାଉଛନ୍ତି । ପୂର୍ବାପେକ୍ଷା ଅଧିକା ଶ୍ରମିକ ବର୍ତମାନ ପରିସ୍ଥିତି ରେ ସାମିଲ ହେଉଛନ୍ତି । ରାଇକିଆ ବିଡ଼ିଓ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିବା ସହ ଶ୍ରମିକଙ୍କୁ ମାସ୍କ୍ ବଣ୍ଟନ ଏବଂ ସାବୁନ୍ ରେ ହାତ ଧୁଆ ସମ୍ପର୍କରେ ସଚେତନ କରାଇ ଥିଲେ । ଶ୍ରମିକଙ୍କ ଆଗ୍ରହ କୁ ଦୃଷ୍ଟିରେ ରଖି ଅଧିକା ପ୍ରକଳ୍ପ ଯେପରି କାର୍ଯ୍ୟକାରୀ ହୋଇ ପାରିବ ଏବଂ ଶ୍ରମିକ ସାମିଲ ହୋଇ ପାରିବେ ସେ ନେଇ ପଦକ୍ଷେପ ନିଆ ଯାଉଥିବା ଏ ପି ଓ କେଦାର ପଣ୍ଡା କହିଛନ୍ତି ।