ଏମ୍ଜି ଗ୍ଲୋଷ୍ଟର ପ୍ରିମିୟମ୍ ଏସ୍ୟୁଭିର ବଜାର ପ୍ରବେଶ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍): ଏମ୍ଜି (ମୋରିସ୍ ଗ୍ୟାରେଜ୍) ମୋଟର ପକ୍ଷରୁ ଭାରତରେ ଏହାର ବହୁ ପ୍ରତିକ୍ଷୀତ ପ୍ରଥମ ଅଟୋନୋମସ୍ ଲେବୁଲ-୧ ପ୍ରିମିୟମ୍ ଏସ୍ୟୁଭି କାର୍ ଗ୍ଲୋଷ୍ଟରର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏହାର ମୂଲ୍ୟ ୨୮.୯୮ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି ।ଏମ୍ଜି ଗ୍ଲୋଷ୍ଟରର ମୂଲ୍ୟ ପ୍ରିମିୟମ୍ରୁ ବିଳାସପୂର୍ଣ୍ଣ ମଡେଲ ୨୫ ଲକ୍ଷରୁ ୫୦ ଲକ୍ଷ ଟଙ୍କା ମଧ୍ୟରେ ଉପଲବ୍ଧ ହେଉଛି । ଏହା ସୁପର, ସ୍ମାର୍ଟ, ଶାର୍ପ ଏବଂ ସ୍ୟାଭି ଆଦି ୪ଟି ଫିଚର ଇଂଟେନସିଭ୍ ଭ୍ୟାରିଆଂଟ୍ରେ ଭାରତରେ ଉପଲବ୍ଧ ହେଉଛି । ଏଥିରେ ୬ରୁ ୭ସିଟର ଲକ୍ସରୀ ବକେଟ ସିଟର, ଟୁ-ଡ୍ୱିଲ୍ ଡ୍ରାଇଭ୍, ଫୋର୍-ହ୍ୱିଲ୍ ଡ୍ରାଇଭ୍ ବୈଶିଷ୍ଟ୍ୟ ରହିଛି । ଏହା ଟୁଇନ୍ ଟ୍ରୁବୋଚାର୍ଜଡ୍ ଡିଜେଲ୍ ଇଞ୍ଜିନ୍ ସହିତ ଦୁଇ ଇଞ୍ଜିନ୍ ଚଏସ୍ରେ ଉପଲବ୍ଧ ।ସାଭି ଟ୍ରିମ୍ର ମୂଲ୍ୟ ୩୫.୩୮ ଲକ୍ଷ ଟଙ୍କା ରହିଛି । ଏଥିରେ ଆଡଭାନ୍ସଡ୍ ଡ୍ରାଇଭର୍ ଆସିଷ୍ଟାନ୍ସ୍ ସିଷ୍ଟମ୍, କ୍ୟାପଟେନ୍ ସିଟ୍,ଫରୱାର୍ଡ କଲିଜନ୍ ୱାର୍ଣ୍ଣିଂ, ଅଟୋମେଟିକ୍ ଏମ୍ରଜେନ୍ସି ବ୍ରେକିଂ, ଅଟୋମେଟିକ୍ ପାର୍କିଂ,ଲେନ୍ ଡିପାରଚର ୱାର୍ଣ୍ଣିଂ,ଆଡପ୍ଟିଭ୍ କ୍ରୁଇଜ୍ କଂଟ୍ରୋଲ ଆଦି ବୈଶିଷ୍ଟ୍ୟ ରହିଛି ।ଏମ୍ଜି ମୋଟର ପକ୍ଷରୁ ଆରମ୍ଭ ହୋଇଥିବା ମାଇଁ ଏମ୍ଜି ସିଲ୍ଡ୍ ଓନରଶିପ୍ ପ୍ୟାକେଜ୍ ଅନ୍ତର୍ଗତ ୨୦୦ରୁ ଅଧିକ ବ୍ରିକି ପରବର୍ତୀ ସେବା ଗ୍ଲୋଷ୍ଟର ଗ୍ରାହକଙ୍କ ଯୋଗାଇ ଦିଆଯିବ । ୩+୩+୩ ପ୍ୟାକେଜ୍ ଅନ୍ତର୍ଗତ ୩ ବର୍ଷ/ ୧୦୦,୦୦୦କିମିର ୱାରେଂଟି, ୩ ବର୍ଷ ପାଇଁ ରୋଡ୍ ସାଇଡ୍ ସହାୟତା ଏବଂ ୩ଟି ଲେବର-ଫ୍ରି ପିରିୟଡ଼ିକ୍ ସର୍ଭିସ୍ ଉପଲବ୍ଧ ହେବ । ମାଇଁ ଏମ୍ଜି ସିଲ୍ଡ୍ ଅନ୍ତର୍ଗତ ଗ୍ଲୋଷ୍ଟର ଗ୍ରାହକ ସେମାନଙ୍କର ପ୍ୟାକେଜ୍ର ଅବଧିକୁ ୫୦,୦୦୦ଟଙ୍କା ପୈଠ କରି ସେମାନଙ୍କର ଆବଶ୍ୟକତା ଅନୁସାରେ ବୃଦ୍ଧି କରିପାରିବେ । ଗ୍ଲୋଷ୍ଟରର ବଜାର ପ୍ରବେଶ ମୂଲ୍ୟ ୩୧ ଅକ୍ଟୋବର ପର୍ଯ୍ୟନ୍ତ ଅବା ପ୍ରଥମ ୨,୦୦୦ ବୁକିଂ ପର୍ଯ୍ୟନ୍ତ ଲାଗୁ ହେବ । ଏହାର ଡେଲିଭରୀ ନବରାତ୍ରୀଠାରୁ ଆରମ୍ଭ କରାଯିବ ।
ଏହି ଅବସରରେ ଏମ୍ଜି ମୋଟର ଇଣ୍ଡିଆର ସଭାପତି ତଥା ପରିଚାଳନା ନିର୍ଦ୍ଦେଶକ ରାଜୀଭ ଛାବା କହିଲେ, ଗ୍ଲୋଷ୍ଟର ନୂଆ ବେଂଚମାର୍କ ପ୍ରସ୍ତୁତ କରିବାକୁ ସକ୍ଷମ ହେବ । ଏହା ସହିତ ବିଳାସପୂର୍ଣ୍ଣ, ଜ୍ଞାନକୌଶଳ ଏବଂ ଅଫ୍ ରୋଡ୍ ଅଭିଜ୍ଞତା ସୃଷ୍ଟି କରିବାକୁ ସକ୍ଷମ ହେବ । ମାଇଁ ଏମ୍ଜି ସିଲ୍ଡ୍ ଦ୍ୱାରା ବିକ୍ରି ପରବର୍ତୀ ପ୍ୟାକେଜ୍ ଅଧିକ ସଶକ୍ତ ହୋଇପାରିବ ଏହାର ବିକଶିତ ଜ୍ଞାନକୌଶଳ ଗ୍ରାହକଙ୍କୁ ଆକର୍ଷିତ କରିବାକୁ ସକ୍ଷମ ହୋଇପାରିବ ।ଗ୍ଲୋଷ୍ଟରର ଶାର୍ପ ଏବଂ ସାଭି ଟ୍ରିମ୍ ଇଂଟଲେଜେଂଟ୍ ଅଲ୍-ଟେରାନ୍ ସିଷ୍ଟମ୍ ଦ୍ୱାରା ଏନହାନ୍ସଡ୍ କଂଟ୍ରୋଲ ଅଫ୍ ରୋଡିଂରେ ଉପଲବ୍ଧ ହୋଇପାରିଥାଏ । ଏହି ଯାନ ଦୁଇଟି ସ୍ନୋ, ମଡ୍, ସ୍ୟାଣ୍ଡ୍, ଇକୋ, ସ୍ପୋର୍ଟ, ନର୍ମାଲ ଏବଂ ରକ୍ ଆଦି ୭ଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ ହେଉଛି ।ଗ୍ଲୋଷ୍ଟରର ସ୍ମାର୍ଟ, ସାଭି ଏବଂ ଶାର୍ପ ଆଇ-ସ୍ମାର୍ଟ ୨.୦ରେ ୭୦ରୁ ଅଧିକ କାର୍ ବୈଶିଷ୍ଟ୍ୟକୁ ଅନ୍ତର୍ଭୁକ୍ତ କରାଯାଇଛି । ଏଥିରେ ୬୪ କଲର ଆମ୍ବିଏଂଟ୍ ଲାଇଟିଂ, ପାନାରୋମିକ୍ ସନ୍ ରୁଫ୍, ଡ୍ରାଇଭର ସିଟ୍ ମାସେଜର ଏବଂ ୧୨ ପ୍ରକାର ଡ୍ରାଇଭର ସିଟ୍ ଆଡଜଷ୍ଟମେଂଟ୍ ବୈଶିଷ୍ଟ୍ୟ ରହିଛି । ଏହି ୪ଟି ଭ୍ୟାରିଆଂଟ୍ର ପ୍ରିମିୟମ୍ ଏସ୍ୟୁଭିର ବୁକିଂ ଦେଶର ୨୦୦ରୁ ଅଧିକ କେନ୍ଦ୍ରରେ ୧୦୦,୦୦୦ ଟଙ୍କାରେ ବୁକିଂ କରାଯାଉଛି ।