ଏମ୍ ଡି ଏମ୍ ସୋସିଆଲ ଅଡିଟ ଲୋକଦେଖାଣିଆ ସଠିକ ଯାଞ୍ଚ ହେଉନାହିଁ

କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): ସମାନତା, ଗୁଣବତ୍ତା ଓ ସଠିକ ଖର୍ଚ୍ଚ ପରିଚାଳନା ପାଈଁ ପିଏମ୍ ପୋଷଣ ଯୋଜନା ଅନ୍ତର୍ଗତ ସୋସିଆଲ ଅଡିଟ କରାଯାଉଛି। ଫଳରେ ମଧ୍ୟାହ୍ନ ଭୋଜନ ସ୍କିମରେ ସ୍ଵଛତା ବଜାୟ ରହି ପାରିବ। ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ଓ ପରିବେଶଣ ବେଳେ ସ୍ଵଛତା, ପ୍ରଧାନଶିକ୍ଷକ, ପ୍ରଧାନଶିକ୍ଷୟତ୍ରୀ, ସହକାରୀ ଶିକ୍ଷକ, ଶିକ୍ଷୟତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ, ଅଭିଭାବକ ଏବଂ ଏହାର ଅନ୍ୟ ହିତାଧିକାରୀ ମାନଙ୍କ ସହଯୋଗ, ଏ ସଂକ୍ରାନ୍ତରେ ଆବଶ୍ୟକ କାଗଜ ପତ୍ର ଓ ରେଜିଷ୍ଟର ଅଡିଟ ଟିମ୍ କୁ ପ୍ରଦାନ, ପିଏମ ପୋଷଣ ଶକ୍ତି ନିର୍ମାଣ ଓ ମଧ୍ୟାହ୍ନ ଭୋଜନ ସମ୍ପର୍କରେ ପୋଷ୍ଟର ପ୍ରଦର୍ଶନ, ମଧ୍ୟାହ୍ନ ଭୋଜନରେ ବ୍ୟବହୃତ ରାସନ ଏଫଏସଏସଏଆଇ ଦ୍ୱାରା ପ୍ରମାଣିକୃତ ହୋଇଛି କିନାହିଁ, ସତେଜ ପନିପରିବା ବ୍ୟବହୃତ ହୋଇଛି କି ନାହିଁ ତାର ଯାଞ୍ଚ କରିବା ମଧ୍ୟ ଅଡିଟର ଅଂଶବିଶେଷ। ପିଲାଙ୍କ ଅନୁପାତରେ ଖାଦ୍ୟ ପରିବେଷଣ ପାଈଁ ଥାଳି ରୋଷେଇ ହେଉଥିବା ସ୍ଥାନ ଓ ବାସନ କୁସନ ପରିଷ୍କାର ପରିଛନ୍ନ ହୋଇଛି କି ନାହିଁ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ବି ଗୁରୁତ୍ୱରୋପ କରାଯିବ। ପରିବେଷଣ କରାଯାଉଥିବା ଭୋଜନର ମାନ ପ୍ରତି ସୋମବାର ପ୍ରଦାନ କରାଯାଉଥିବା ଆଇରନ ଏବଂ ଫୋଲିକ ଏସିଡ ବଟିକା ଉପଲବ୍ଧି, ପରାମର୍ଶ ପୁସ୍ତିକା ଅଛି କି ନାହିଁ ଯଦି ଅଛି ସେବା ବାବରେ ସଚେତନତା କରାଯାଉଛି କି ନାହିଁ ଅଡିଟ ଟିମ୍ ବୁଲି ଦେଖିବେ। ଅସ୍ତରଙ୍ଗ ବ୍ଲକ ଶିକ୍ଷା କାର୍ଯ୍ୟାଳୟର ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଏବିଇଓ, ସିଆରସିସି, ବିଆରସିସି ଓ ବିଇଓ ବିଭିନ୍ନ ସମୟରେ ସ୍କୁଲ ମାନଙ୍କୁ ଯାଇ ମଧ୍ୟାହ୍ନ ଭୋଜନ ସମ୍ପର୍କିତ ରେକର୍ଡ ଯାଞ୍ଚ କରିବା ଓ ଏହି କାର୍ଯ୍ୟକ୍ରମ କିପରି ସୁପରିଚାଳନା ହେବ ସେଥିପାଇଁ ସବିଶେଷ ଆଲୋଚନା କରିବେ।
ଏହି କ୍ରମରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର କିଛି ବିଦ୍ୟାଳୟ ର ମଧ୍ୟାହ୍ନ ଭୋଜନ ତଦାରଖ ପାଈଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ନିର୍ଦ୍ଧେଶ ରହିଥିଲା। ରାଜ୍ୟ ସରକାର ଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ତରଫରୁ ପିଏମପୋଷଣ ଯୋଜନାର ଉତ୍ତରଦାୟିତ୍ୱ ଏବଂ ସ୍ଵଛତା ରକ୍ଷା ପାଈଁ ଅଡିଟ କରୁଥିବା ସୋସାଇଟି ଏହି କାମ କରୁଥିଲେ। ଆଗକୁ ମଧ୍ୟ କରିବେ। ଏ ସଂକ୍ରାନ୍ତରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଙ୍କୁ ଜଣାଇ ନିର୍ଦ୍ଧେଶ ରହିଥିଲା, ଜିଲ୍ଲା ସୋସିଆଲ ଅଡିଟଙ୍କ ଜରିଆରେ ବ୍ଲକ ସ୍ତରୀୟ ସୋସିଆଲ ଅଡିଟ (ବିଏସଏ )ମାନଙ୍କୁ ନିୟୋଜିତ କରି ସ୍କୁଲ ମାନଙ୍କରେ ଛାତ୍ର, ଛାତ୍ରୀ ମାନଙ୍କ ପାଈଁ ଚାଲୁଥିବା ମଧ୍ୟାହ୍ନ ଭୋଜନ ପରିଚାଳନାର ଏକ ସବିଶେଷ ରିପୋର୍ଟ ସଂଗ୍ରହ କରିବା ପାଈଁ। ଅସ୍ତରଙ୍ଗ ବ୍ଲକରେ ଅଡିଟ ଆରମ୍ଭ ହୋଇଥିବା ବେଳେ ସଠିକ ଅଡିଟ ହେଉ ନାହିଁ, ଯାହା ନୀତି ନିୟମ ରହିଛି ତାହାର ଅନୁଧ୍ୟାନ ହେଉନାହିଁ। କେବଳ ଲୋକ ଦେଖାଣିଆ ପରିଦର୍ଶନ କରୁଛନ୍ତି ବୋଲି ସାଧାରଣ ଆଲୋଚନା ହୋଇଛି। ସରକାରୀ ଗାଇଡି ଲାଇନି ଅନୁଯାୟୀ ଯେଉଁ ଭଳି ଅଡିଟ ଯାଞ୍ଚ କି ତଦନ୍ତ ହେବା କଥା ତାହା ସଠିକ ହେଉନାହିଁ। ଯାହା କେବଳ ନାଁ କୁ ମାତ୍ର ସୀମିତ ରହିଯାଉଛି। ଯେତେବେଳେ କି ଅସ୍ତରଙ୍ଗ ବ୍ଲକର ଅନେକ ସ୍କୁଲରେ ମଧ୍ୟାହ୍ନ ଭୋଜନ ପରିବେଷଣ କୁ ନେଇ ବିଭିନ୍ନ ସମୟରେ ଅନିୟମିତତା ନେଇ ଅଭିଯୋଗ ଉଠୁଛି। କେଉଁଠି ଆବଶ୍ୟକ ସଂଖ୍ୟକ ଛାତ୍ର, ଛାତ୍ରୀ ନ ଥାଇ ରିପୋର୍ଟରେ ପୋର୍ଟାଲ କୁ ତଥ୍ୟ ଦିଆଯାଉଛି ତ ପୁଣି ମଧ୍ୟାହ୍ନ ଭୋଜନର ମାନକୁ ଓ ପରିଷ୍କାର ପରିଛନ୍ନତା ନେଇ ପ୍ରଶ୍ନ ଉଠିଛି। ଯାହାର ମାଳ ମାଳ ଉଦାହରଣ ରହିଛି। ଅନେକ ବିଦ୍ୟାଳୟ ରେ ନିମ୍ନ ମାନର ଖାଦ୍ୟ ଯଥା ପାଣିଆ ଅଣ୍ଡା ଝୋଳ କୁ ନେଇ ମଧ୍ୟ ଆପତ୍ତି ବିଗତ ଦିନରେ ଉଠିଥିଲା। ରୋଷେଇ ମେନୁ ରେ ଭାତ ଓ ଅଣ୍ଡା ଝୋଳ ଥିବା ଅନେକ ସମୟରେ ଅଣ୍ଡା ଦିଆଯାଇ ଘରକୁ ପଠାଇ ଦେଉଛନ୍ତି। ବାହାରେ ମାଟି କାଦୁଅରେ ଅପରିଷ୍କାର ପରିବେଶରେ ବସି ପିଲା ମାନେ ଖାଉଥିବା ଦେଖିବାକୁ ମିଳୁଛି। ଯେଉଁଥି ପାଈଁ ଛାତ୍ର, ଛାତ୍ରୀ ମାନେ ମଧ୍ୟାହ୍ନ ଭୋଜନ ଖାଇବାକୁ ମୁହଁ ଫେରାଉଛନ୍ତି। ଅଥଚ ପୋର୍ଟାଲ କୁ ଶତ ପ୍ରତିଶତ ପିଲା ଖାଉଥିବା ଉପସ୍ଥାନ ଯାଉଥିଲା। ପିଲା ମାନେ ବ୍ୟବହାର କରୁଥିବା ପାନୀୟ ଜଳ ମଧ୍ୟ ଅପରିଷ୍କାର। ପୋଷଣ ଯୁକ୍ତ ଲଡ଼ୁ ଅନେକ ବିଦ୍ୟାଳୟ ରେ ବଣ୍ଟନ ହେଉନାହିଁ। ଅସ୍ତରଙ୍ଗ ବ୍ଲକ ସୋସିଆଲ ଅଡିଟର ପ୍ରକାଶ ନାୟକ ଙ୍କ ସମ୍ପର୍କ ଯୋଗାଯୋଗ ହୋଇନଥିବା ବେଳେ ଯାହା ସୂଚନା ମିଳିଛି ପ୍ରତି ସ୍କୁଲ କୁ ଅଡିଟ କରିବା ପାଈଁ ଅତି କମ୍ ରେ ଦୁଇ ସପ୍ତାହ ଦରକାର ଥିବା ବେଳେ ତାହାକୁ କାର୍ଯ୍ୟକାରୀ କରାଯାଇ ପାରୁନି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ