ଏମ୍ ରାମପୁର ସହର ୭୨ଘଣ୍ଟା ସଟ୍ ଡାଉନ୍
କଳାହାଣ୍ଡି, (ଓ୍ବାଇଏନ୍ଏସ୍): କଳାହାଣ୍ଡି ଜିଲ୍ଲା ରେ ଦିନ କୁ ଦିନ କରୋନା ଆକ୍ରାନ୍ତ କଂ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଗତ କାଲି ଏମ୍ ରାମପୁର ସହର ରେ ଜଣେ କରୋନା ପୋଜିଟିଭ ଚିହ୍ନଟ ପରେ ଜନସାଧାରଣ କଁ ସୁରକ୍ଷା ଦୃଷ୍ଟିରୁ ସହର କୁ ୭୨ଘଣ୍ଟା ପାଇଁ ସଟ୍ ଡାଉନ୍ କରାଯାଇଛି। ଔଷଧ ଦୋକାନ ଖୋଲା ଥିବା ବେଳେ ଅନ୍ୟ ସମସ୍ତ ଦୋକାନ ବଜାର ଓ ସରକାରୀ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି। ଆବଶ୍ୟକ କାମ ନ ପଡ଼ିଲେ କେହି ବ୍ୟକ୍ତି ବାହାର କୁ ବାହାରୁ ନ ଥିବା ଦେଖିବାକୁ ମିଳିଛି। ପୋଲିସ ପକ୍ଷରୁ ପେଟ୍ରୋଲିଂ ମଧ୍ୟ ଚାଲିଛି।


