‘ଏମ୍’ ରେଖାରୁ ଜାଣନ୍ତୁ ଭବିଷ୍ୟତ

ହାତଦେଖା କାହିଁ କେଉଁ ଆବାହନ କାଳରୁ ରହିଆସିଛି । ସମସ୍ତେ ଜାଣନ୍ତି ହାତରେଖାରୁ ବ୍ୟକ୍ତିର ବ୍ୟକ୍ତିତ୍ୱ ସମ୍ପର୍କରେ ବହୁ ତଥ୍ୟ ମିଳିଥାଏ । ଏଥିପାଇଁ ଜ୍ୟୋତିଷଶାସ୍ତ୍ରର ମହତ୍ତ୍ୱ ବହୁତ ରହିିଛି । ଜ୍ୟୋତିଷଙ୍କ ପାଖକୁ ଯାଇ ଭୂତ, ଭବିଷ୍ୟତ ଜାଣିବାକୁ କାହାର ବା ଇଚ୍ଛା ନଥାଏ । ଆପଣ କେତେ ଭାଗ୍ୟଶାଳୀ ଓ ଭବିଷ୍ୟତ ଆପଣଙ୍କର କ’ଣ ହେବ ଜାଣିବାକୁ ଚାହିଁଥାନ୍ତି । ଆସନ୍ତୁ ଜାଣିବା ଏମିତି ଏକ ରେଖା ସମ୍ପର୍କରେ, ଯାହା ଆପଣଙ୍କର ଭବିଷ୍ୟତ କେଉଁ ଆଡ଼କୁ ଗତି କରିବ ସୂଚନା ଦେଇଥାଏ ।
ହାତରେ ଥିବା ପ୍ରତ୍ୟେକ ରେଖାରେ ରହିଛି ଅଲଗା ଅଲଗା ମହତ୍ତ୍ୱ । ଆପଣଙ୍କ ହାତରେ ଏମିତି ଏକ ରେଖା ରହିଛି ଯାହା ଦେଖିବାକୁ ‘ଏମ୍’ ଆକୃତିର । ଆସନ୍ତୁ ଜାଣିବା ‘ଏମ୍’ ଆକୃତିର ରେଖା ଆପଣଙ୍କ ସମ୍ପର୍କରେ କଣ କହୁଛି ।
ଯେଉଁ ବ୍ୟକ୍ତିର ହାତରେ ଏମ ଆକୃତିର ରେଖା ଥାଏ, ସେମାନେ ସବୁ କ୍ଷେତ୍ରରେ ନେତୃତ୍ୱ ନେଇଥାନ୍ତି । ସେ ବ୍ୟକ୍ତି ଜଣେ ଭଲ ଲିଡର ହୋଇଥାନ୍ତି ।
ହାତରେ ଏମ ଆକୃତିର ଥିବା ବ୍ୟକ୍ତିମାନେ ପତ୍ରକାରିତା, ଶିକ୍ଷା, ଲେଖାଲେଖି କ୍ଷେତ୍ରରେ ଆଗୁଆ ରହିଥାନ୍ତି । ଏହାର ଅର୍ଥ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି ।
ଏହି ରେଖାଧାରୀ ବ୍ୟକ୍ତି ବ୍ୟବସାୟରେ ସଫଳ ହୋଇଥାନ୍ତି ଓ ଭବିଷ୍ୟତରେ କୌଣସି ବଡ ବ୍ୟବସାୟ ସଂସ୍ଥାର ମୁଖ୍ୟ ହେବାର ସମ୍ଭାବନା ଥାଏ ।
ହାତରେ ଏହି ରେଖା ଥିବା ବ୍ୟକ୍ତିମାନେ ସ୍ୱାଭିମାନି ହୋଇଥାନ୍ତି । ନିଜ ଭବିଷ୍ୟତ ନିଜ ଅନୁସାରେ ଗଢ଼ିବାକୁ ପସନ୍ଦ କରିଥାନ୍ତି । ଅନ୍ୟର ପଥ ଅନୁସରଣ କରି ଆଗକୁ ବଢ଼ିବାକୁ ଏମାନେ ପସନ୍ଦ କରିନଥାନ୍ତି ।
ଏହି ବ୍ୟକ୍ତିମାନେ ସମାଜ ପାଇଁ ଏପରି କାମ କରି ଯାଆନ୍ତି, ଯେଉଁଥିପାଇଁ ଲୋକେ ସବୁବେଳେ ତାଙ୍କୁ ମନେ ରଖନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ