ଏମ.ଏସ.ଭି. ପବ୍ଲିକ ସ୍କୁଲର ୪ର୍ଥ ବାର୍ଷିକ ଉତ୍ସବ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ସହର ବେଲଗାଁ ଛକ ନିକଟସ୍ଥ ଏମ.ଏସ.ଭି. ପବ୍ଲିକ ସ୍କୁଲର ୪ର୍ଥ ବାର୍ଷିକ ଉତ୍ସବ ଶିକ୍ଷାନୁଷ୍ଠାନର ସଭାପତି ପ୍ରଭାକର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ଡିଫେନ୍ସ ରିସର୍ଚ୍ଚ ଏଣ୍ଡ ଡେଭଲପମେଣ୍ଟ ର ପ୍ରଶାସନିକ ଅଧିକାରୀ ଭଗବାନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିକ୍ଷା ର ମୂଲ୍ୟବୋଧ ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିବା ସହିତ ଉତ୍ତମ ଶିକ୍ଷା ଗ୍ରହଣ ଦ୍ୱାରା ସମାଜରେ କିପରି ଭଲ ମଣିଷ ଟିଏ ହୋଇପାରିବ ସେଥିପାଇଁ ଗୁରୁତ୍ୱ ପ୍ରଦାନ କରିଥିଲେ।ପାରଳାଖେମୁଣ୍ଡି ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ର ଆସୋସିଏଟ ପ୍ରଫେସର ମନୋଜ କୁମାର କର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ଛାତ୍ରୀଛାତ୍ରଙ୍କ ଶୃଙ୍ଖଳିତ ଜୀବନର ଭୂମିକା ଉପରେ ନିଜର ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ଭାବେ ଏମ.ଏସ.ଭି. ପବ୍ଲିକ ସ୍କୁଲର ସମ୍ପାଦକ ତଥା ଅଧ୍ୟକ୍ଷ ବଶିଷ୍ଠ ପାଣିଗ୍ରାହୀ, ପୋଲସରା ଶିଶୁ ବିଦ୍ୟାଭବନର ଅଧ୍ୟକ୍ଷ ହରପ୍ରସାଦ ଆଚାର୍ଯ୍ୟ, କାନାରା ବ୍ୟାଙ୍କର ଶାଖା ପରିଚାଳକ ରଞ୍ଜିତ କୁମାର ବେହେରା, ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଦର୍ଶନ ଶାସ୍ତ୍ର ପ୍ରାଧ୍ୟାପକ ରୁଦ୍ର ପ୍ରସାଦ ଗୌଡ଼, ବୁଗୁଡା କଲେଜର ପଦାର୍ଥ ବିଜ୍ଞାନ ର ଅଧ୍ୟାପକ ସୁଶାନ୍ତ କୁମାର ସାହୁ ପ୍ରମୁଖ ଯୋଗଦେଇ ନିଜର ମତ ପ୍ରଦାନ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତ୍ତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ବୃନ୍ଦ ପୁରସ୍କାର ପ୍ରଦାନ କରିଥିଲେ।ଶେଷରେ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ