ଏମ.ଏ.ଭି ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ହିଲପାଟଣାସ୍ଥିତ ମାତୁଶ୍ରୀ ଏଙ୍ଗଲଵେଦିକ୍ ସ୍କୁଲରେ ୪୬ ତମ ବାର୍ଷିକ ଉତ୍ସବ ପୂର୍ବତନ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗ ଦେଇ ଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଉପସ୍ଥିତ ଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ରାମ ଚନ୍ଦ୍ର ମହାପାତ୍ର ପ୍ରାରମ୍ଭିକ ଭାଷାଣ ପ୍ରଦାନ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଚାଳନା ସମିତିର ସମ୍ପାଦକ ଶ୍ରୀଯୁକ୍ତ କୁମୁଦ ରଞ୍ଜନ ପାଢ଼ୀ ସ୍ବାଗତ ଭାଷାଣ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ବ୍ରହ୍ମପୁର ପାରଳା ମହାରାଜା ଇଂଜିନିୟରିଂ କଲେଜର ଅଧ୍ୟକ୍ଷ ପ୍ରଫେସର ଶ୍ରୀଯୁକ୍ତ ରଞ୍ଜନ କୁମାର ସ୍ୱାଇଁ ଯୋଗ ଦେଇ ପିଲାମାନଙ୍କ ସପ୍ନକୁ ସାକାର କରିବା ପାଇଁ ଅଭିଭାବକ ମାନଙ୍କ ଭୂମିକା ଉପରେ ବିଶଦ୍ ଭାବେ ଆଲୋଚନା କରିଥିଲେ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶୀ, ସମ୍ବଲପୁରୀ, ଆଦିବାସୀ, ଆଧୁନିକ ଓ ଭାରତ ନାଟ୍ୟମ ଭଳି ବିଭିନ୍ନ ପ୍ରକାର ନୃତ୍ୟ ଅନୁଷ୍ଠିତ ହେଇଥିଲା। ଏହି ସମସ୍ତ କାର‌୍ୟ୍ୟକ୍ରମକୁ ବିଦ୍ୟାଳୟର ବରିଷ୍ଟ ଶିକ୍ଷକ ଶ୍ରୀ ସୁରେଶ ଚନ୍ଦ୍ର ପାଢ଼ୀ, ଶ୍ରୀ ନିଳ ମାଧବ ରଥ, ଶ୍ରୀ ଦିବ୍ୟସିଙ୍ଗ୍ ମିଶ୍ର, ଶ୍ରୀମତୀ ସଂଯୁକ୍ତ ମିଶ୍ର, ଶ୍ରୀମତୀ ପ୍ରଗତି ମିସ୍, ଶ୍ରୀଯୁକ୍ତ ତପନ କୁମାର ପାତ୍ର ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ରହି କାଯ୍ୟାକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ