ଏରସମା ସଚେତନ ନାଗରିକ ମଞ୍ଚ ପକ୍ଷରୁ ୭୯ ତମ ଏରସମା ବିପ୍ଳବ ଦିବସ ପାଳିତ

ଏରସମା, (ଅଭିଷେକ ତ୍ରିପାଠୀ): ଭାରତ ଛାଡ଼ ଆନ୍ଦୋଳନ ୧୯୪୨ ମସିହା ଅଗଷ୍ଟ ବିପ୍ଳବ ପରେ ସମଗ୍ର ଭାରତ ବର୍ଷ ରେ ଜାଗି ଉଠିଥିଲା ସ୍ୱାଧୀନତା ର ନିଆଁ l ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ “କର ବା ମର “ଡ଼ାକରାରେ ପ୍ରତିଫଳନ ଏରସମା ଅଂଚଳ ରେ ଦେଖିବାକୁ ମିଳିଥିଲା l ଏରସମା ର ତତ୍କାଳୀନ ଛାତ୍ର ନେତା ଦେଶ ପ୍ରେମୀ ଗୌରୀଶ୍ୟାମ ନାୟକ ଙ୍କ ନେତୃତ୍ୱ ରେ ଶାନ୍ତି ସେବକ ସମିତି ସଂଗଠନ କରି ଏଥିରେ ବିଭିନ୍ନ ଅଞ୍ଚଳର ଦେଶ ପ୍ରେମୀଙ୍କୁ ଏକଜୁଟ କରିଥିଲେ l ତେବେ ଅଦମ୍ୟ ସାହସ ସେପ୍ଟେମ୍ବର ୬ ତାରିଖ ଏହା ଥିଲା ଦେଶ ପ୍ରେମୀଙ୍କ ପାଇଁ ଅବିସ୍ମରଣୀୟ ଓ ଇତିହାସ ରଚିବାର ଦିନ l ସହସ୍ରାଧିକ ସଂଗ୍ରାମୀ ଏରସମା ଥାନା କୁ ସ୍ପଷ୍ଟ ଦିବା ଲୋକ ରେ ଧ୍ବଂସ ସ୍ତୁପ ରେ ପରିଣତ କରିଥିଲେ l ଆଜିର ଦିନରେ ସାହସୀ ବୀର ସଂଗ୍ରାମୀ ମାନଙ୍କୁ ମନେପକାଇ ଏରସମା ସଚେତନ ନାଗରିକ ମଞ୍ଚର ସମସ୍ତ କର୍ମୀ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ଓ ଗୌରୀ ଶ୍ୟାମ ନାୟକ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଳ ଅର୍ପଣ କରିବା ସହିତ ଏକ ସଭାର ଆୟୋଜନ କରିଥିଲେ l ଏଥିରେ ସଚେତନ ନାଗରିକ ର ସଭାପତି ପ୍ରବୀର କୁମାର ପଣ୍ଡା, ସମ୍ପାଦକ ଜ୍ଞାନ ରଞ୍ଜନ ଦାଶ ଓ ଅନ୍ୟ କର୍ମୀ ମାନଙ୍କ ମଧ୍ୟରେ ସରୋଜ ବେହେରା, ଉମେଶ ଖଟୁଆ, ଜୟନ୍ତ ସେଠି, ସତ୍ୟ ଭୂଷଣ ତରାଇ, ସଂଗ୍ରାମ ସ୍ୱାଇଁ, ଅର୍ଜୁନ କୁମାର, ସତ୍ୟ ବ୍ରତ ତରାଇ, ପ୍ରସନ କୁଅଁର, ନିବାରଣ ନାୟକ, ଉମାକାନ୍ତ ତରାଇ ପ୍ରମୁଖ ଉପସ୍ଥିତ ରହି ସଂଗ୍ରାମୀ ମାନଙ୍କ ଜୀବନ ଚର୍ଯ୍ୟା ଉପରେ ଆଲୋଚନା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ