ଏରସମା ସଚେତନ ନାଗରିକ ମଞ୍ଚ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ

ତିର୍ତୋଲ,(ଅଭିଷେକ ତ୍ରିପାଠୀ ): ଆଜି ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଏରସମା ସଚେତନ ନାଗରିକ ମଞ୍ଚ ପକ୍ଷରୁ ମହା ଆଡମ୍ବର ରେ ଏରସମା ର ଗାନ୍ଧୀ ପୀଠଠାରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଦେବା ସହିତ ମହାତ୍ମାଙ୍କ ଜୀବନ ଚର୍ଯ୍ୟା ଉପରେ ଆଲୋଚନା କରାଯାଇଥିଲା | ମହାତ୍ମା ଗାନ୍ଧୀ କେବଳ ଜଣେ ବ୍ୟକ୍ତି ନୁହନ୍ତି ବରଂ ଏକ ବଳିଷ୍ଠ ବିଚାର ସତ୍ୟ ର ସାଥି ଶାନ୍ତିର ସାରଥୀ, ଅହିଂସା ର ଅଗ୍ରତତ୍ତ୍ୱ, ସତ୍ୟ ଜରିଆରେ ଯେ ଇଶ୍ୱରଙ୍କୁ ଖୋଜିବାକୁ ପ୍ରେରଣା ଦେଉଥିଲେ | ସଚେତନ ନାଗରିକ ମଞ୍ଚ ତରଫରୁ ମହାତ୍ମା ଗାନ୍ଧୀଙ୍କ ୧୫୦ ବର୍ଷ ପୂର୍ତ୍ତି ସ୍ମୃତି ଚରଣ ସଭା ପାଳନ ଅବସରରେ ସଭାପତି ପ୍ରବୀର କୁମାର ପଣ୍ଡା , ରାଜା ନିରଞ୍ଜନ ପ୍ରସାଦ ଦାସ ,ଧୀରେନ୍ଦ୍ର ଚୌଧୁରୀ, ରବି ଦାସ,ନିବାରଣ ନାୟକ ,ଉମାକାନ୍ତ ତରାଇ ,ସୁଯୋଗ୍ୟ ବେଉରା, ଜୟନ୍ତ ସେଠି, ସମ୍ପାଦକ ଜ୍ଞାନ ରଞ୍ଜନ ଦାସ , ଉମେଶ ଖଟୁଆ , ସରୋଜ କୁମାର ବେହେରା, ଅମ୍ବିକା ପ୍ରସାଦ ମହାନ୍ତି , ସତ୍ୟ ରଞ୍ଜନ ତରାଇ ପ୍ରମୁଖ ଅଂଶଗ୍ରହଣ କରି ମହାତ୍ମା ଗାନ୍ଧୀ ଙ୍କ ଜୀବନ ଚର୍ଯ୍ୟା ଆଦର୍ଶ ଏବଂ ନିଶା ମୁକ୍ତି ର ଗାଥା ବର୍ଣନା କରିଥିଲେ | ଏହା ସହ ମଞ୍ଚ ପକ୍ଷରୁ ଏରସମା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଦ୍ୟୁତ କଟ ସମୟରେ ହେଉଥିବା ବିଭିନ୍ନ ଅସୁବିଧା ପାଇଁ ଜେନେରେଟର ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ପାଳଙ୍କୁ ଏକ ସ୍ମାରକୀ ପତ୍ର ପ୍ରଦାନ କରାଯାଇଥିଲା |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ