ଏରେଡା ବାଲି ସୈରାତର ପରିବେଶ ମଂଜୁରି ଜନ ଶୁଣାଣି

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ତହସିଲ ଅନ୍ତର୍ଗତ ଦେବୀନଦୀର ଏରେଡା ବାଲି ସୈରାତରୁ ବାଲି ଉତୋଳନ ପାଇଁ ପରିବେଶ ମଂଜୁରି ଉଦ୍ଦେଶ୍ୟରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଶୁକ୍ରବାର ଜନ ଶୁଣାଣି ଅନୁଷ୍ଠିତ ହୋଇଥିଲା । ଏରେଡା ଗ୍ରାମରେ ଅନୁଷ୍ଠିତ ହୋଇଥିବା ଏହି ଜନଶୁଣାଣିରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ, ତହସିଲଦାର ଜେ.କଳ୍ପନାଙ୍କ ସମେତ ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ଉପସ୍ଥିତ ଥିଲେ । ବାଲି ସୈରାତରୁ ବାଲି ଉତୋଳନ ପାଇଁ ସ୍ଥାନୀୟ ଜନସାଧାରଣଙ୍କ ମତାମତ ଲୋଡା ଯାଇଥିଲା । ପରିବେଶ ପ୍ରଦୁଷଣକୁ ରୋକିବା ପାଇଁ ସୈରାତ ନିକଟରେ ବୃକ୍ଷରୋପଣ କରିବାକୁ ସ୍ଥାନୀୟ ଲୋକ ଦାବି କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ