ଏରୋବିକ୍ସ କେନ୍ଦ୍ରରେ ଚକ୍ଷୁଦାନ ପକ୍ଷ ସଚେତନତା
ବ୍ରହ୍ମପୁର, (ଅନିଲ କୁମାର):ଫ୍ରେଣ୍ଡଷ୍ ହେଲପିଙ୍ଗ କ୍ଲବ ଆନୁକୂଲ୍ୟରେ ଚକ୍ଷୁଦାନ ପକ୍ଷ ପାଳନର ତୃତୀୟ ଦିବସରେ ବ୍ରହ୍ମପୁରର ଟାଉନ ହଲ ପରିସରରେ ଏରୋବିକ୍ସ କେନ୍ଦ୍ରରେ ଏକ ସଚେତନତା ସଭା ହୋଇଯାଇଛି।ଏଥିରେ ୫୦ରୁ ଅଧିକ ବ୍ୟକ୍ତି ଉପସ୍ଥିତ ଥିଲେ। କ୍ଲବର ସଭାପତି ଇ. ପ୍ରଶାନ୍ତ କୁମାର ପାତ୍ର ଆଲୋଚନା କରି ଆମ ଜିଲ୍ଲା, ରାକ୍ୟାରୁ ଅନ୍ଧତ୍ୱ ଦୂର କରିବାକୁ ହେଲେ ପ୍ରତ୍ୟେକ ନାଗରିକ ମୃତ୍ୟୁପରେ ଚକ୍ଷୁଦାନ କରିବା ନିହାତି ଆବଶ୍ୟକ। ଜଣେ ଦାତାଙ୍କର ଚକ୍ଷୁ ବା କର୍ଣ୍ଣିଆ ଦ୍ୱାରସ ଦୁଇଜଣ ଦୃଷ୍ଟିଶକ୍ତି ଫେରି ପାଇପାରିବେ। ଇଛୁକ ଚକ୍ଷୁଦାତାଙ୍କ ମୃତ୍ୟୁପରେ କେତେକ ସାବଧାନତା ଅର୍ଥାତ ଆଖି ଦୁଇଟିକୁ ଓଦାତୁଲା ଦ୍ୱାରା ଘୋଡାଇ ରଖିବାକୁ ପଡିବ ଓ ମୁଣ୍ଡତଳେ ତକିଆ ଦେଇ ରଖିବେ।ପଙ୍ଖା ବନ୍ଦରଖିବେ । ମୃତ୍ୟୁର ୬ ଘଣ୍ଟା ମଧ୍ୟରେ ତାଲିମପ୍ରାପ୍ତ ଡାକ୍ତର ଆସି କେବଳ ପନ୍ଦର ମିନିଟରେ ଚକ୍ଷୁସଂଗ୍ରହ କରିଥାନ୍ତି ଓ ଚକ୍ଷୁ ରୋପଣ ପାଇଁ ଅପେକ୍ଷାରତ ଦୃଷ୍ଟିଶକ୍ତିବାଧିତ ଲୋକଙ୍କଠାରେ ପ୍ରତିରୋପଣ କରିଥାନ୍ତି।କ୍ଲବର ସମ୍ପାଦକ ଏମ.ବିଦ୍ୟସାଗର ଇଛୁକ ବ୍ୟକ୍ତି ଆଗରୁ ସ୍ୱୀକୃତି ଦେବାସହ ନିଜପରିବାରର ସମସ୍ତଙ୍କୁ ସଚେତନ କରାଇବାପାଇଁ ଆଗେଇ ଆସିବାକୁ ଅନୁରୋଧ କରିଥିଲେ।ଏହିପ୍ରକାରେ ପକ୍ଷ ପାଳନର ଅବଶିଷ୍ଟ ଦିନ ବିଭିନ୍ନ ବିଦ୍ୟାଳୟ , ସଂଘ, କ୍ଲବରେ ସଚେତନ କରିବା ପାଇଁ ଯୋଜନା ହୋଇଛି ବୋଲି ଏହି ପ୍ରୋଜେକ୍ଟର ଚେଇରମେନ ବି. ଲଷ୍ମୀନାରାୟଣ ସୁବୁଦ୍ଧି ଜଣାଇଥିଲେ। କ୍ଲବର ସଭ୍ୟ ଜମ୍ମୁଲ ସୁରେଶ,ପ୍ରଣତି ପାଢ଼ୀ, ଭି. ସତ୍ୟନାରାୟଣ, ଲଷ୍ମୀନାରାୟଣ,ପି. ଶ୍ରୀକାନ୍ତ, ପି.କିରଣ କୁମାର, ସି. ଶିବପ୍ରସଦ ରାଓ, ଏନ.ଅନୀଲ କୁମାର ଚୌଧୁରୀ, ଏସ. ଆପ୍ପା ରାଓ,ଇ.ଡି. ପାତ୍ର ଓ ଡି. ବି. ରାଓ ସହଯୋଗ କରିଥିଲେ।


