ଏଲଆଇସି ଏଜେଣ୍ଟଙ୍କ ଅକାଳ ବିୟୋଗ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ସରସଦା ଗ୍ରାମର ଅମାୟିକ ଓ ମିଷ୍ଟଭାଷୀ ବ୍ୟକ୍ତି ଭାବେ ପରିଚିତ ଶ୍ରୀକାନ୍ତ ଷେଣ୍ଢଙ୍କର ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ୫୫ବର୍ଷ ବୟସ ହୋଇଥିଲା। ଅଞ୍ଚଳରେ ସେ ଜଣେ ଏଲଆଇସି ଏଜେଣ୍ଟ ଭାବେ ବେଶ ଜଣାଶୁଣା ଥିଲେ। ଆଜି ସକାଳୁ ଶୌଚ ସାରିବା ପରେ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ତାଙ୍କୁ ସଂଗେ ସଂଗେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପ୍ରଚାରିତ ହେବା ପରେ ସରସଦା ସମେତ ଆଖପାଖ ଗାଁରେ ଶୋକର ଛାୟା ଖେଳିଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ