ଏଲକଣାରୁ ଯୁବତୀ ଉଦ୍ଧାର
ହାଟଡିହି, : ନନ୍ଦିପଦା ପୁଲିସ ଏଲକଣା ଗ୍ରାମରୁ ଜଣେ ଯୁବତୀକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଖବରରୁ ଜଣାଯାଇଛି ଯେ ଭଣ୍ଡାରୀପୋଖରୀ ଥାନା ରହଣିଆଁ ପଞ୍ଚାୟତ ସୁରୁକଣା ଗାଁର ଜଣେ ଯୁବତୀ ଦୀର୍ଘ ଦୁଇ ମାସ ହେବ ନିଖୋଜ ହୋଇଯାଇଥିଲା । ପରିବାର ଲୋକେ ବହୁ ସ୍ଥାନରେ ଖୋଜାଖୋଜି କରି ଝିଅକୁ ପାଇ ନଥିଲେ । କିନ୍ତୁ ଗତ ଦୁଇଦିନ ତଳେ ହଠାତ ଝିଅ ଘରକୁ ଫୋନ କରି କହିଲା ଯେ ମୁଁ ହାଟଡିହି ନିକଟ ଏଲକଣା ଗ୍ରାମରେ ଅଛି । ମୋତେ ବହୁତ ପିଟାମରା କରୁଛନ୍ତି ମୋତେ ଆସି ନେଇଯାଅ ବୋଲି କହିବାପରେ ଗତକାଲି ପରିବାର ଲୋକମାନେ ଆସି ଏଲକଣାରେ ଝିଅ ଥିବା ଦେଖିବାପରେ ଏନେଇ ନନ୍ଦିପଦା ପୁଲିସର ଦ୍ୱାରସ୍ଥ ହୋଇଥିଲେ । ନନ୍ଦିପଦା ପୁଲିସ ଏଲକଣାରେ ପହଞ୍ଚି ଝିଅକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ମିସକଲ ଯୋଗେ ଉଭୟଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ହେବାସହ ଏଲକଣା ଗ୍ରାମର ଏହି ଯୁବକ ଜଣକ ତାଙ୍କୁ ବାଙ୍ଗାଲୋର ନେଇ ସେଠାରେ ଦୁଇମାସ ରଖିଥିଲା ବୋଲି ଜଣାଯାଇଛି ।


