ଏଲଟି ଲାଇନରୁ ନିଆଁ ଝରି ପୋଡିଗଲା ଲଣ୍ଡ୍ରି,ଅଳ୍ପେକେ ବର୍ତିଲେ ଲଣ୍ଡ୍ରି ମାଲିକ
ନାଉଗାଁ-:ନାଉଗାଁ ତହସିଲ ଅନ୍ତର୍ଗତ ଜାମୁଗାଁ ପଂଚାୟତ କଣିପଡା ଠାରେ ଏକ ଲଣ୍ଡ୍ରି ଦୋକାନରେ ଶୁକ୍ରବାର ବିଦ୍ୟୁତ ସଟସକ୍ରିଟରୁ ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି । ପ୍ରକାଶଯୋଗ୍ୟ ଯେ ବାଲିକୁଦା ବ୍ଳକ ସଦେଇପୁର ଗ୍ରାମର କ୍ଷୀରୋଦ ସେଠୀ କଣିପଡା ଠାରେ ଏକ ଲଣ୍ଡ୍ରି ଦୋକାନ କରି ପରିବାର ପ୍ରତିପୋଷଣ କରନ୍ତି । ଘର ମଧ୍ୟରେ ୩ ଟି ବେଡ,ଆଇରନ,ଓାସିଙ୍ଗମେସିନ ସମେତ ୧୦ ହଜାର ଟଙ୍କା ରହିଥିଲା । ଲଣ୍ଡ୍ରି ପାଖ ଦେଇ ଯାଇଥିବା ଏଲଟି ବିଦ୍ୟୁତରୁ ହଠାତ ନିଆଁ ଝରିଥିଲା । ଯାହାଫଳରେ ଲଣ୍ଡ୍ରି ଘରଟି ଜଳିବାକୁ ଲାଗିଥିଲା । ଘର ମଧ୍ୟରେ ଥିବା କ୍ଷୀରୋଦ ନିଆଁ ଲାଗିବା ଜାଣି ଘରୁ ବାହାରକୁ ପଳାଇ ଆସିଥିଲେ । କିନ୍ତୁ ତାଙ୍କ ଦେହରେ ନିଆଁ ଲାଗି ଫୋଟକା ମଧ୍ୟ ହୋଇଥିଲା । ଅଗ୍ନିଶମ ବିଭାଗ କର୍ମଚାରୀ ଆସି ନିଆଁକୁ ଆୟତ କରିଥିଲେ ।


