ଏଲପିଜି ଗ୍ୟାସ ବୋଝେଇ ଟ୍ରକ ହୁତୁହୁତୁ ଜଳିଲା ଜାତୀୟରାଜପଥରେ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ସୂର୍ଯନାରାୟଣପୁର ଛକ ନିକଟରେ ଆଜି ସକାଳ ସମୟରେ ଏଲପିଜି ଗ୍ୟାସ ସିଲିଣ୍ଡରଭର୍ତ୍ତି ବୋଝେଇ ଟ୍ରକରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳିବା ସହ ଇଞ୍ଜିନଟି ସମ୍ପୂର୍ଣ ଭାବେ ଜଳିଯାଇଥିବା ବେଳେ, ଡ୍ରାଇଭରଟି ଅଳ୍ପକେ ବଞ୍ଚିଯାଇଥିବା ଜଣାପଡିଛି l ଯାହାକୁ ନେଇ ଜାତୀୟ ରାଜପଥରେ ଯାତାୟାତ କରୁଥିବା ଯାତ୍ରୀବାହି ଓ ସ୍ଥାନୀୟ ଅଞ୍ଚଳବାସି ଏକ ପ୍ରକାର ଆତଙ୍କିତ ହୋଇପଡ଼ିଥିଲେ l ଗଞ୍ଜାମ ଆଇଆଇସି ସୁମିତ୍ରା ପାତ୍ର
ସଠିକ ପଦକ୍ଷେପ ଓ ପ୍ରଶାସନ, ଅଗ୍ନିଶ୍ରମ ବିଭାଗ ଏବଂ ସ୍ଥାନୀୟ ସ୍ୱଚ୍ଛାସେଵୀ ମାନଙ୍କ ସହଯୋଗରେ ଏକ ବଡ଼ ଦୁର୍ଘଟଣାରୁ ଟଳିଯାଇଥିଲା l ଖୋର୍ଦ୍ଧାର ପିପିଏଲରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଏଲ୍‌ପିଜି ଭର୍ତ୍ତି ସିଲିଣ୍ଡର ବୋଝେଇ ଟ୍ରକ (ଓଡି ୦୨ସି ୫୮୫୫) ଜାତୀୟରାଜପଥ (୧୬)ର ସୂର୍ଯ୍ୟନାରାୟଣପୁର ଛକନିକଟରେ ଗାଡିରୁ ଏକ ଶବ୍ଦ ଶୁଣି ଟ୍ରକଡ୍ରାଇଭର ପ୍ରହଲ୍ଲାଦ ଯାନି ଟ୍ରକ ରଖି ଓହ୍ଲାଇପଡିଥିଲେ l ଦେଖିଲାବେଳକୁ ଟ୍ରକରେତଳପଟୁ ନିଆଁ ବାହାରି କ୍ୟାବିନରେ ନିଆଁ ଲାଗି ହୁତୁ ହୁତୁ ଜାଳିବା ଆରମ୍ବ କରିଦେଇଥିବା ଦେଖି ପ୍ରାଣବିକଳରେ ସେଠାରୁ ଦୌଡି ପଲେଇଥିଲେ l ଏନେଇ ସ୍ୱଚ୍ଛାସେଵୀ ଦୁର୍ଗା ମାଧବ ପାଣିଗ୍ରାହୀ, ଗୁରୁନାଥ ରେଡ୍ଡୀ ଖବର ପାଇ ଗଞ୍ଜାମ ତହସିଲଦାର, ବିଡ଼ିଓ ଓ ଗଞ୍ଜାମ ଆଇଆଇସିଙ୍କୁ ଖବର ଦେଇଥିଲେ l ସଙ୍ଗେ ସଙ୍ଗେ ଗଞ୍ଜାମ ଆଇଆଇସି ସୁମିତ୍ରା ପାତ୍ର, ଏକ ବାଇକରେ ଘଟଣା ସ୍ଥଳରେ ପହଞ୍ଚି ଛତ୍ରପୁର ଅଗ୍ନିଶମ ବିଭାଗକୁ ଖବର ଦେବା ସହ ଉଭୟ ପାର୍ଶ୍ୱରେ ଯାନବାହାନ ଯାତାୟାତକୁ ବନ୍ଦ କରିବା ସହ ସ୍ଥାନୀୟ ବାସିନ୍ଦାଙ୍କୁ ଆତଙ୍କିତ ନହେବା ପାଇ କହିଥିଲେ l
ଦେଇଥିଲେ l ପରେ ଗଞ୍ଜାମ ତହସିଲଦାର ସୁକାନ୍ତଚନ୍ଦ୍ରମିଶ୍ର, ବିଡ଼ିଓ ଅଚ୍ୟୁତାନନ୍ଦ ଯାନୀ, ଛତ୍ରପୁର ଏସଡିପିଓ ଗୌରହରିସାହୁ, ପହଞ୍ଚିପରିସ୍ଥିତିଉପରେ ନଜର ରଖିଥିଲେ l ସ୍ଥାନୀୟ ସ୍ୱଚ୍ଛାସେଵୀ ପ୍ରଭାତ ବିଶ୍ୱାଳ, ସମରେଶ ପ୍ରଧାନ, ସମାରେଡ୍ଡୀ, ଅଶୋକଗୌଡ଼, ଧରଣୀସାହୁ, କନେଷ୍ଟବଲ ସୋମନାଥ ରେଡ୍ଡୀଙ୍କ ସମେତ ଓ ଅଗ୍ନିଶମ ବିଭାଗର ମିଳିତ ଉଦ୍ୟମରେ ସିଲିଣ୍ଡରରେ ନିଆଁ ଲାଗିବା ପୂର୍ବରୁ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା l ଗଞ୍ଜାମ ଆଇଆଇସି ସୁମିତା ପାତ୍ରଙ୍କ ତତକ୍ଷଣତ ସାହାସିକତା ପଦକ୍ଷେପ ଯୋଗୁଁ ଏକ ନିଶ୍ଚିତ,ବଡ଼ଦୁର୍ଘଟଣାକୁଏଡାଇଦିଆଯାଇପାରିଲା l ସୂଚନାଯୋଗ୍ୟ ଏହା ପୂର୍ବରୁ ଜୟଶ୍ରୀଛକ, ଲକ୍ଷ୍ମୀପୁର ଛକ ଠାରେ ଗ୍ୟାସ ଟ୍ୟାଙ୍କର ଗାଡି ଓଲଟି ଥିବା ବେଳେ କିଛି କ୍ଷୟକ୍ଷତି ହୋଇନଥିବା ବେଳେ କିଛି ବର୍ଷତଳେ ଗ୍ୟାସ ବୋଝଇ ଟ୍ୟାଙ୍କର ଗୋଟେ ଗଞ୍ଜାମ କଲେଜ଼ ଛକଠାରେ ଓଲଟି ଦୁଇଜଣ ମୃତ୍ୟୁ ବରଣ କରିଥିବା ନଜିର ରହିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ