ଏଲିଏନ୍ ପିଲାକୁ ଜନ୍ମ ଦେଇଥିବା ଦାବି କଲେ ମହିଳା
ଜଣେ ମହିଳା ଦାବି କରିଛନ୍ତି ଯେ ତାଙ୍କ ପେଟରୁ ଏକ ଏଲିଏନ୍ର ଶିଶୁ ଜନ୍ମ ନେଇଛି । ୟୁଟ୍ୟୁବ୍ରେ ଆପେକ୍ସ ଟିଭି ଅପ୍ଲୋଡ୍ କରିଥିବା ଏକ ଭିଡିଓରେ ମହିଳା ଜଣଙ୍କ ସାକ୍ଷାତକାର ଦେଇ ଏପରି କହୁଥିବାର ଦେଖିବାକୁ ମିଳିଛନ୍ତି । ମହିଳା ଜଣଙ୍କ କହୁଛନ୍ତି କି ସେ ୩୫୦୦ ମସିହାକୁ ଯାତ୍ରା କରିବା ପରେ ଜଣେ ଏଲିଏନ୍ ଦ୍ୱାରା ଗର୍ଭବତୀ ହୋଇ ପିଲା ଜନ୍ମ ଦେଇଛନ୍ତି ।ଆପେକ୍ସ ଟିଭି ମହିଳାଙ୍କର ଏକ ୮ ମିନିଟ୍ର ଭିଡିଓ ସେୟାର୍ କରିଛି । ଭିଡିଓରେ ମହିଳା ଜଣଙ୍କ କହୁଥିବାର ନଜର ଆସିଛନ୍ତି ଯେ ସେ ଅଧା-ଏଲିଏନ୍-ଶିଶୁକୁ ଜନ୍ମ ଦେଇଛନ୍ତି । ମହିଳା ଜଣଙ୍କ ତାଙ୍କ ଶିଶୁର ଫଟୋ ବି ଭିଡିଓରେ ଦେଖାଉଥିବାର ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ, ଭବିଷ୍ୟତ ପାଇଁ ଏଲିଏନମାନଙ୍କର ଦୃଢ଼ ଗୋପନୀୟତା ବିଷୟରେ ବି ସେ ଜାଣନ୍ତି ବୋଲି ଦାବି କରିଛନ୍ତି । ମହିଳା ଜଣଙ୍କ କହିଛନ୍ତି ଯେ, ସେ ପ୍ୟାରିସ୍ ୟୁନିଭର୍ସିଟିରେ ପାଠ ପଢ଼ାଉଥିବା ବେଳେ ତାଙ୍କ ଭବିଷ୍ୟତକୁ ଯିବାର ଯାତ୍ରା ଆରମ୍ଭ ହୋଇଛି । ୟୁନିଭର୍ସିଟି ଭିତରେ ଏକ ଲାବୋର୍ଟୋରି ଥିଲା । ସେଠାକୁ ସଭିଁଙ୍କୁ ଯିବାର ଅନୁମତି ମିଳୁନଥିଲା । ସେ ଲବୋର୍ଟୋରି ଭିତରକୁ ଯାଇ ସେ “ଆଇରନ୍ ମାସ୍’ ମେସିନ୍ ବିଷୟରେ ଜାଣିଥିଲେ । ସେ ଧୀରେ ଧୀରେ ଉକ୍ତ ମେସିନ୍ ସହ ଅଧିକରୁ ଅଧିକ ସମୟ ଅତିବାହିତ କରିବାକୁ ଲାଗିଲେ । ପରେ ସେ ନିଜ ଉପରେ ଏକ ଗବେଷଣା କରି ଭବିଷ୍ୟତକୁ ଯାତ୍ରା କରିବାର ନିଷ୍ପତ୍ତି ନେଲେ । ସେ ଭବିଷ୍ୟତକୁ ଯାଇ ଏଲିଏନ୍ ସଂସ୍ପର୍ଶରେ ଆସି ଗର୍ଭବତୀ ହୋଇପଡ଼ିଲେ ।