ଏଲିଜା ପଟ୍ଟନାୟକ ଙ୍କୁ ବସନ୍ତ ବିଶ୍ଵାଳ ପୁରସ୍କାର

ସୋରଡା, (ରଜନୀ ମହାପାତ୍ର):ଓଡିଶା ରାଜ୍ୟ ରେ ଭାରତ ସ୍କାଉଟ ଗାଇଡ କ୍ଷେତ୍ର ରେ ଉକୃଷ୍ଟ ସେବା ପାଇଁ ବସନ୍ତ ବିଶ୍ଵାଳ ପୁରସ୍କାର ରାଜ୍ୟ ରେ ପୁରସ୍କୃତ କରାଯାଉଛି । ଏହି ଅବସର ରେ ସୋରଡା ପ୍ରକାଶ ଚନ୍ଦ୍ର ମହିଳା ମହାବିଦ୍ୟାଳୟ ର ରେଞ୍ଜର୍ସ ଅଫିସର ଏଲିଜା ପଟ୍ଟନାୟକ ଙ୍କୁ ରାଜ୍ୟ ସ୍ତର ରେ ପୁରସ୍କୃତ କରଯାଇଛି। ପ୍ରକାଶ ଚନ୍ଦ୍ର ମହିଳା ଉଚ ମାଧ୍ୟମିକ ବିଦ୍ୟାଲୟ ର ରେଞ୍ଜର୍ସ ସ୍କାଉଟ ଗ୍ରୁପ ୨୦୧୪ ମସିହା ରେ ଆରମ୍ଭ ହୋଇଥିବା ବେଳେ ଆଜକୁ ୧୦ ବର୍ଷ ହେଲା ବିଭିନ୍ନ ସେବା ଦେବା ରେ ଅଗ୍ରଣୀ ଭୂମିକା ନେଇ ଆସୁଛି। ସୋରଡା ରେ ବିଭିନ୍ନ ସର୍ବସାଧାରଣ ଜାଗା ରେ ସଫେଇ କରିବା,ମନ୍ଦିର ସଫେଇ କରିବା, ଖରା ଦିନେ ଜଳ ଛତ୍ର ଖୋଲି ପଥିକ ଙ୍କୁ ସେବା ପ୍ରଦାନ କରିବା, ପ୍ରୌଢ ଶିକ୍ଷା ପ୍ରଦାନ କରିବା, ଜାତୀୟ ଦିବସ ମାନଙ୍କ ରେ ସେବା ପ୍ରଦାନ କରିବା ଇତ୍ୟାଦି କ୍ଷେତ୍ର ରେ ଅଗ୍ରଣୀ ଭୂମିକା ଗ୍ରହଣ କରି ଆସିଛି। ଏପରିକି ଚଳିତ ବର୍ଷ ଏକ ମାସ ରୁ ଉର୍ଦ୍ଧ ଧରି ଜଳ ଛତ୍ର ଖୋଲି ବିଦ୍ୟାଳୟ ଆଗରେ ସେବା ପ୍ରଦାନ କରିବା ରେ ଅଗ୍ରଣୀ ରହିଛି। ରେଞ୍ଜର୍ସ ଲିଡର ଏଲିଜା ପଟ୍ଟନାୟକ ଙ୍କ ତତ୍ବାବଧାନ ରେ ଏହି ଗ୍ରୁପ ଅଞ୍ଚଳ ରେ ଉକୃଷ୍ଟ ସେବା ପ୍ରଦାନ ପାଇଁ ରାଜ୍ୟ ସ୍ତର ରେ ମନୋନୀତ ହେବା ସହ ରେଞ୍ଜର ଲିଡର ଏଲିଜା ପଟ୍ଟନାୟକ ଙ୍କୁ ଜୟଦେବ ଭବନ ରେ ସମ୍ମାନିତ କରଯାଇଛି। ଏହି କୃତିତ୍ଵ ପାଇଁ ଲିଡର ଏଲିଜା ପଟ୍ଟନାୟକ ଙ୍କୁ ବିଭିନ୍ନ ମହଲ ରୁ ଶୁଭେଛା ପ୍ରଦାନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ