ଏଲ୍ଆଣ୍ଡ୍ଏଫ୍ଏସରେ ବୁଡ଼ିବ ପିଏଫର ହଜାରେ କୋଟି ଟଙ୍କା!
ମୁମ୍ବାଇ, (ଏଜେନ୍ସି): ପ୍ରୋଭିଡେଣ୍ଟ ଓ ପେନ୍ସନ୍ ଫଣ୍ଡ ଟ୍ରଷ୍ଟର ହଜାରେ କୋଟି ଟଙ୍କା ଆଇଏଲ୍ଆଣ୍ଡଏଫ୍ଏସ୍ ଗ୍ରୁପ୍ ବଣ୍ଡସ୍ରେ ଫଶି ରହିଛି । ଏହି ଟ୍ରଷ୍ଟଗୁଡ଼ିକୁ ଏବେ ଟଙ୍କା ବୁଡ଼ିଯିବାର ଚିନ୍ତା ଘାରିଛି । ଫଳରେ ସେମାନେ ନ୍ୟାସ୍ନାଲ୍ କମ୍ପାନୀ ଲ ଅପିଲେଟ୍ ଟ୍ରିବ୍ୟୁନାଲ (ଏନ୍ସିଏଲ୍ଟି)ରେ ହସ୍ତକ୍ଷେପ ଯାଚିକାଗୁଡ଼ିକ ଦାଖଲ କରିଛନ୍ତି । ଏହା ଟ୍ରେଟେଡ଼୍ ଇନ୍ଷ୍ଟ୍ରୁମେଣ୍ଟସ୍ ରହିଛି । ଏଥିପାଇଁ ଦାବିରେ ଲାଗିଥିବା ବାସ୍ତବିକ ମୂଲ୍ୟର ସୂଚନା ନାହିଁ । ତେବେ ଇନ୍ଭେଷ୍ଟ ମେଣ୍ଟ ବ୍ୟାଙ୍କ୍ରଙ୍କ ତୁଳନାରେ ଏହି ମୂଲ୍ୟ ହଜାର କୋଟିରେ ରହିଛି ବୋଲି ଅନୁମାନ କରାଯାଉଛି । କାହିଁକି ନା ଅବସର ଫଣ୍ଡସ୍ ଏଏଏ ରେଟିଂ କାରଣରୁ ଆଇଏଲ୍ଆଣ୍ଡଏଫ୍ଏସ୍ ବଣ୍ଡସ୍ରେ ଆକର୍ଷିତ ଥିଲା । ପ୍ରକାଶ ଯେ ରିଟାୟରମେଣ୍ଟ ଫଣ୍ଡସ୍ କମ ରିସ୍କ ଉଠାଇ ସ୍ୱଳ୍ପ ଶୁଳ୍କ ମୂଲ୍ୟ ହେଇଥାଉ ପଛେ, ହେଲେ ନିଶ୍ଚତ ଭାବେ ରିଟର୍ଣ୍ଣ ଉପରେ ଜୋର୍ ଦେଇଥାନ୍ତି । ସୂଚନାନୁସାରେ ଏମ୍ଏମ୍ଟିସି, ଇଣ୍ଡିଆନ୍ ଅଏଲ୍, ସିଡ଼କୋ, ହୁଡ଼କୋ, ଇଡ଼ିବି ଓ ଏସ୍ବିଆଇ ସହିତ ଗୁଜୁରାଟ ଓ ହିମାଚଳ ପ୍ରଦେଶର ଇଲେକ୍ଟ୍ରିସିଡ଼ି ବୋର୍ଡ଼ସ୍ ପରି ସାର୍ବଜନିକ କ୍ଷେତ୍ରର କମ୍ପାନୀଗୁଡ଼ିକର କର୍ମଚାରୀଙ୍କ ଅବସର ଫଣ୍ଡସ୍ ପରିଚାଳନା କରୁଥିବା ଟ୍ରଷ୍ଟ ଏନ୍ସିଏଲ୍ଟିରେ ଯାଚିକା ଦାଖଲକାରୀଙ୍କ ମଧ୍ୟରେ ସାମିଲ ରହିଛନ୍ତି । ଏହା ବ୍ୟତୀତ ହିନ୍ଦୁସ୍ତାନ ୟୁନିଲିଭର୍ ଓ ଏସିଆନ୍ ପେଣ୍ଟସ୍ ପରି ପ୍ରାଇଭେଟ୍ କମ୍ପାନୀଗୁଡ଼ିକର ପିଏଫ୍ ଫଣ୍ଡସ୍ ମଧ୍ୟ ଆଇଏଲ୍ଆଣ୍ଡଏଫ୍ଏସ୍ରେ ଫଶିରହିଛି । ଫଣ୍ଡଗୁଡ଼ିକ ଏନ୍ସିଏଲ୍ଟିରେ ଦେଇଥିବା ଆବେଦନରେ ରିଜୋଲ୍ୟୁସନ୍ ପ୍ରସୋସ୍ ଉପରେ ହିଁ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପିଏଫ୍ ଫଣ୍ଡ ପାଇଁ ୧୨ମାର୍ଚ୍ଚ ପର୍ଯ୍ୟନ୍ତ ଏନ୍ସିଏଲ୍ଟିରେ ଆବେଦନ ଦିଆଯିବାର ସମୟ ରହିଛି । ଏଥିପାଇଁ ଆବେଦନରେ ବୃଦ୍ଧିର ସମ୍ଭାବନା କରାଯାଉଛି । ଅନୁମାନ କରାଯାଉଛି ଯେ ଏଯାବତ୍ ୧୪ଲକ୍ଷରୁ ଊଦ୍ଧ୍ୱର୍ କର୍ମଚାରୀଙ୍କ ଅବସର ଫଣ୍ଡସ୍କୁ ପରିଚାଳନା କରୁଥିବା ୫୦ରୁ ଊଦ୍ଧ୍ୱର୍ ଟ୍ରଷ୍ଟର ଟଙ୍କା ଆଇଏଲ୍ଆଣ୍ଡଏଫ୍ଏସ୍ରେ ଫଶିରହିଛି । ତେବେ କମ୍ପାନୀ ପକ୍ଷରୁ ଏସମ୍ବନ୍ଧରେ କୌଣସି ପ୍ରତିକ୍ରିୟା ପ୍ରଦାନ କରି ନାହିଁ ।