ଏଲ୍ଟିଟି ଲାଇନଚ୍ୟୁତ ହେବା ଘଟଣା : ୫ଟି ଟ୍ରେନର ଗତିପଥରେ ପରିବର୍ତ୍ତନ
ଭୁବନେଶ୍ବର : ନିର୍ଗୁଣ୍ଡି ଷ୍ଟେସନ ଠାରେ ଲୋକମାନ୍ୟ ତିଳକ ଏକ୍ସପ୍ରେସ ଲାଇନଚ୍ୟୁତ ହେବା ପରେ ୫ଟି ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଛି। ଦୁଇଟି ପାସେଞ୍ଜର ଓ ୩ଟି ଏକ୍ସପ୍ରେସ ଟ୍ରେନ୍ର ରୁଟ୍ ବଦଳାଯାଇଛି। ଗୁରୁବାର ଭୁବନେଶ୍ୱରରୁ କୁର୍ଲା ଯିବାକୁ ଥିବା ୧୨୮୮୦ ଲୋକମାନ୍ୟ ତିଳକ ଏକ୍ସପ୍ରେସକୁ ନରାଜ ଦେଇ ମୁମ୍ବାଇ ଯିବ। ସେହିପରି ୧୮୪୨୬ ଦୁର୍ଗ-ପୁରୀ ଏକ୍ସପ୍ରେସ, ୧୨୮୩୧ ଧାନବାଦ- ଭୁବନେଶ୍ୱର ରାଜ୍ୟରାଣୀ ଏକ୍ସପ୍ରେସ, ୬୮୪୧୩ ତାଳଚେର-ପୁରୀ ମେମୁ ଟ୍ରେନ ଓ ୫୮୧୩୨ ପୁରୀ- ରାଉରକେଲା ପାସେଞ୍ଜର ଟ୍ରେନ ମଧ୍ୟ ନରାଜ ଦେଇ ଚଳାଚଳ କରିବ ବୋଲି ଇଷ୍ଟ କୋଷ୍ଟ ରେଲୱେ ପକ୍ଷରୁ କୁହାଯାଇଛି।


