ଏଲ୍ ଆଇ ସି ଏସ୍ ବି ଏ ସୁବ୍ରତ ଖାଡଙ୍ଗାଙ୍କ ଦ୍ୟାରା ତାଲିମ୍ ଶିବିର

ଗୋପାଳପୁର, (ରମେଶ ସାହୁ ) : ଭାରତୀୟ ଜିବନ ବିମାନିଗମ ବ୍ରହ୍ମପୁର ମଣ୍ଡଳ ଅନ୍ତର୍ଗତ ସାଖା ଦୁଇ କାର୍ଯ୍ୟଳୟର ଏସ୍ ବି ଏ ସୁବ୍ରତ କୁମାର ଖାଡଙ୍ଗାଙ୍କ ନେତୃତ୍ବରେ ଗୋପାଳପୁର ବେଳାଭୂମି ନିକଟସ୍ତ ଫାଣ୍ଟାସି ଗାଡନ୍ ରେଷ୍ଟୁରାଣ୍ଟର ସମ୍ମିଳନୀ କକ୍ଷରେ ଅଭିକର୍ତା ମାନଙ୍କ ଏକ ପ୍ରଶିକ୍ଷଣ ସିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ମଣ୍ଡଳର ବ୍ୟବସାୟି ପ୍ରବନ୍ଧକ ପି.କେ ପତି ଉପାଦେୟ ପରିଚାଳକ ପ୍ରଳୟ କୁମାର ନାୟକ ଏଏ ଓ (ବିକ୍ରୟ) ପ୍ରଭାତ ସାମନ୍ତରାୟ ସାଖା ଦୁଇର ପରିଚାଳକ ସଞ୍ଜିବ କୁମାର ରଥ ପ୍ରମୁଖ ଅତିଥିଭାବେ ଯୋଗଦେଇ ଉପସ୍ଥିତ ଥିବା ସମସ୍ତ ଅବିକତ୍ରା ମାନଙ୍କୁ ଭାରତୀୟ ଜିବନ ବିମାନରେ ରହିଥିବା ବିଭିନ୍ନ ଉପାଦେୟ ଗୁଡିକ କିପରି ସଠିକ ବ୍ୟକ୍ତିଙ୍କୁ ଦିଆଯାଇପାରିବ ଓ ଗ୍ରାହକ ମାନଙ୍କୁ ଉପଯୁକ୍ତ ସେବା ପ୍ରଦାନ କରାଯିବ ସେନେଇ ବିସ୍ତୃତ ଭାବରେ ଉପସ୍ଥିତ ଅତିଥିମାନେ ବୁଝାଇଥିଲେ। ଏହି ଅବସରରେ ଏସ୍ ବି ଏ ଶ୍ରୀ ଖାଡେଙ୍ଗାଙ୍କ ନେତୃତ୍ବରେ କାର୍ଯ୍ୟକରି ଏମ୍ ଡି ଆର୍ ଟି ସଦସ୍ୟ ହୋଇଥିବା ଅଭିକର୍ତା ରଞ୍ଜନ କୁମାର ପଣ୍ଡା କେ ନାଗେଶ୍ଵର ରାଓ,ସରଜ କୁମାର ପାଢ଼ୀ,ଓ କିଶୋର ଚନ୍ଦ୍ର ସାହୁଙ୍କୁ ଅତିଥି ମାନେ ସମ୍ମାନିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ