ଏଲ.ଆଇ,ସିର ୬୩ତମ ଜନ୍ମବାର୍ଷିକ ପାଳିତ

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ଭାରତୀୟ ଜୀବନ ବୀମା ନିଗମର ୬୩ତମ ଜନ୍ମବାର୍ଷିକ ଅବସରରେ ଖୋଡାସିଙ୍ଗସ୍ଥିତ ଏଲ.ଆଇ.ସି କାର୍ଯ୍ୟାଳୟଠାରେ ମଣ୍ଡଳ ପ୍ରବନ୍ଧକ ଶଙ୍କର ପ୍ରସାଦ ପରିଡାଙ୍କ ତ୍ତ୍ୱାବଧାନରେ ସପ୍ତାହବ୍ୟାପି କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏହି ଅବସରରେ ଏଲ.ଆଇ.ସି ପରିବାରର ଉପସ୍ଥିତ ସମସ୍ତ ସଭ୍ୟ ଓ ଜନସାଧାରଣଙ୍କୁ ନିଗମର ସଫଳତା ବିଷୟରେ ସୂଚନା ପ୍ରଦଜାନ କରିଥିଲେ । ସଭାରେ ଉଦବୋଧନା ଦେଇ ବକ୍ତାମାନେ ନିଗମର ସଫଳତା ସମ୍ପର୍କରେ ସୂଚନା ଦେବା ସହ ଆଗାମୀ ଦିନରେ୍ ଆହୁରୀ ଅଧିକ ବୀମାଧାରୀଙ୍କୁ ସେବା ଯୋଗାଇବା ପାଇଁ ଉୁପଦେଶ ପ୍ରଦାନ କରିଥିଲେ । ଏହି ଅବସରରେ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ସାତଦିନବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏହିୁ କାର୍ଯ୍ୟକ୍ରମରେ ବକ୍ତୃତା, ରଚନା, ଚିତ୍ରାଙ୍କନ, ଯୋଗ, ସ୍ୱାସ୍ଥ୍ୟ ପରୀକ୍ଷଣ ଆଦି ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଉକ୍ତ କାର୍ଯ୍ୟକ୍ରମରେ କ୍ଲେମ ମ୍ୟାନେଜର ଶ୍ରୀ ବି,କେ ପାଢୀ, ନିର୍ମଳ କୁମାର ନାୟକ, ଶ୍ରୀ ଡି.ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ