ଏଲ. ଆଣ୍ଡି ଟି. କମ୍ପାନୀର ମନମୁଖି କାର୍ଯ୍ୟ , ରାସ୍ତା ଅବସ୍ଥା ଶୋଚନୀୟ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍) :ନାଉଗାଁ ବ୍ଳକରେ ଏଲ. ଆଣ୍ଡ ଟି. କମ୍ପାନୀର ମନମୁଖି କାର୍ଯ୍ୟ ଯୋଗୁଁ ଅନେକ ରାସ୍ତା ଶୋଚନୀୟ ହୋଇପଡିଛି । ରାସ୍ତାର ଅବସ୍ଥା ଏପରି ହୋଇଛି ଯେ ସାଧାରଣ ଲୋକଙ୍କର ଯାତାୟତରେ ବହୁ ଅସୁବିଧା ହେଉଛି ।
ସୂଚନା ଯୋଗ୍ୟ, ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଦେବୀଦୋଳସ୍ଥିତ ଦେବୀ ନଦୀରେ ମଧୁର ଜଳ ପ୍ରକଳ୍ପ ନିର୍ମାଣ କରାଯାଇ ପାରାଦ୍ୱିପ-ଏରସମା ଆଦି ସ୍ଥାନକୁ ମଧୁର ଜଳ ଯୋଗାଇ ଦେବା ପାଇଁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଟେଣ୍ଡର କରାଯାଇଥିଲା । ଏଥିରେ ଏଲ. ଆଣ୍ଡ ଟି. କମ୍ପାନୀକୁ କାର୍ଯ୍ୟ କରିବା ପାଇଁ ଦାୟିତ୍ୱ ଦିଆଯାଇଛି । ଉକ୍ତ କମ୍ପାନୀ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ସରକାରୀ ନିୟମ ଅନୁସାରେ କାର୍ଯ୍ୟ କରିବା ପାଇଁ ବିଭାଗ ସହିତ ଚୁକ୍ତି କରାଯାଇଛି । ଚୁକ୍ତି ଅନୁସାରେ ଅବଧି ଶେଷ ହେବା ପୂର୍ବରୁ କାର୍ଯ୍ୟକୁ ଶେଷ କରିବା ସହିତ କାର୍ଯ୍ୟ କରୁଥିବା ସମୟରେ ଯେ କୌଣସି ବିଭାଗର ଯାହାବି କିଛି ନଷ୍ଟ ହେବ କମ୍ପାନୀ ପକ୍ଷରୁ ତାହାର ଭରଣା ହେଉକି ମରାମତି କରାଯିବା । ଏହାର ସଠିକ ତଦାରଖ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି । କିନ୍ତୁ ବିଭାଗୀୟ ଅଧିକାରୀ ଓ କମ୍ପାନୀ ମଧ୍ୟରେ ମଧୁଚନ୍ଦ୍ରିକା ହେତୁ କାର୍ଯ୍ୟ ଚୁକ୍ତି ଅନୁସାରେ କାର୍ଯ୍ୟ କରାଯାଉନାହିଁ । ଫଳରେ ଉକ୍ତ କମ୍ପାନୀ ମନୋମୁଖୀରେ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି । ଉକ୍ତ କମ୍ପାନୀ ପକ୍ଷରୁ ପୂର୍ତ ବିଭାଗ ଅଧିନ ମୁଣ୍ଡାଳୋ ଠାରୁ କୁଣ୍ଡେଶ୍ୱର ଦେଇ ବାଲିକୁଦାକୁ ସଂଯୋଗ ରାସ୍ତା, ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନ ମୁଣ୍ଡାଳୋ ଠାରୁ ଜାମୁଗାଁ ଦେଇ ବାଲିକୁଦାକୁ ସଂଯୋଗୀ ରାସ୍ତା ଓ ନହଡିପଡା ଠାରୁ ଭାତପଡା ପର୍ଯ୍ୟନ୍ତ ଆଦି ରାସ୍ତାକୁ ଖୋଳା ଯାଇ ପାଇପି ପକାଯାଇଛି । କିନ୍ତୁ ଉକ୍ତ ରାସ୍ତାରେ ପାଇପି ପକାଇବା ପରେ ଖୋଳା ହୋଇଥିବା ମାଟିକୁ ପାଇପି ଉପରେ ଘୋଡାଇ ଦିଆଯାଇଛି । ରାସ୍ତାରୁ ବାହାରିଥିବା ମାଟି ରାସ୍ତାରେ ଗଦା ହୋଇ ପଡି ରହିଥିବାରୁ ବର୍ଷା ହେତୁ ଉକ୍ତ ମାଟି ବୋହି ରାସ୍ତାରେ କାଦୁଅରେ ପରିଣତ ହୋଇଛି । ଫଳରେ ଏହି ରାସ୍ତା ଦେଇ ଯାତାୟତ କରୁଥିବା ଛୋଟ ଛୋଟ ପିଲାଙ୍କ ଠାରୁ ଛାତ୍ରଛାତ୍ରୀ,ରୋଗୀ ଓ ଜନସାଧାରଣମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଗାଁକୁ ଚାରି ଚକିଆ ଯାନ ଯିବା ଅସମ୍ଭବ ହୋଇପଡିଛି । ସେହିପରି ଉକ୍ତ ରାସ୍ତାର ପାଶ୍ୱର୍ରେ ଗ୍ରାମକୁ ସ୍ୱଛ ପାନୀୟ ଜଳ ଯୋଗାଇ ପାଇପି ବିଛା ଯାଇଛି । କିନ୍ତୁ ଏହି ଗାତ ଖୋଳା ହେବା ସମୟରେ ପାଇପି ଫାଟି ଯିବାରୁ ୩ ମାସ ହେବ ଗ୍ରାମକୁ ସ୍ୱଛ ପାନୀୟ ଜଳ ଯୋଗାଣ ବନ୍ଦ ହୋଇଯାଇଛି । ଏପରିକି ଏହି ପାଇପି ଫାଟିବା ଦ୍ୱାରା ବାହାର ଅପରିଷ୍କାର ପାଣି ମଧ୍ୟ ଏହି ପାଇପି ମଧ୍ୟ ଦେଇଯାଉଛି । ଏ ସଂର୍ପକରେ ବିଭାଗୀୟ ଏସଡିଓ ତପନ କୁମାର ରାଉତଙ୍କୁ ପଚାରିବାରୁ ରାସ୍ତାକୁ ତୁରନ୍ତ ମରାମତି କରାଇବା ପାଇଁ ଏଲ ଆଣ୍ଡି ଟି କମ୍ପାନୀକୁ କୁହାଯାଇଛି ବୋଲି କହିଥିଲେ । ବିଭାଗୀୟ ଉଚ୍ଚ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ