ଏଲ ଆଣ୍ଡ ଟି କମ୍ପାନୀ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ଏଲ. ଆଣ୍ଡ ଟି କମ୍ପାନୀ ପକ୍ଷରୁ ଇଣ୍ଡିଆନ ଭିଜନ ଇନଷ୍ଟିଚ୍ୟୁଟ କଟକ ଶାଖା ସହାୟତାରେ ମାର୍ଶାଘାଇ ବାଳିକା ହାଇସ୍କୁଲ ପରିସରରେ ଗୁରୁବାର ପୂର୍ବାହ୍ନରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଚକ୍ଷୁ ପରୀକ୍ଷା ଶିବିରକୁ ଏଲ. ଆଣ୍ଡ ଟି କମ୍ପାନୀର ପ୍ରୋଜେକ୍ଟ ମ୍ୟାନେଜର କେ.ଶିବଶଙ୍କରନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଶିବିରରେ ପ୍ରାୟ ଶତାଧିକ ଛାତ୍ରୀଙ୍କ ଚକ୍ଷୁ ମାଗଣାରେ ପରୀକ୍ଷା କରାଯାଇ ଆବଶ୍ୟକ ଅନୁଯାଇ ସେମାନଙ୍କୁ ଔଷଧ,ଚଷମା ପ୍ରଭୃତି ଯୋଗାଇ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଇଣ୍ଡିଆନ ଭିଜନ ଇନଷ୍ଟିଚ୍ୟୁଟ କଟକ ଶାଖା ପକ୍ଷରୁ ଡା.ବିଶ୍ୱରଞ୍ଜନ ସାହୁ,ଟି.ଭି.ଆର.କେ. ବାଲାଜି,ସତ୍ୟଜିତ ନାୟକ ପ୍ରମୁଖ ଯୋଗଦେଇ ଛାତ୍ରୀମାନଙ୍କ ଚକ୍ଷୁ ପରୀକ୍ଷା କରିଥିବା ବେଳେ ଏଲ. ଆଣ୍ଡ ଟି କମ୍ପାନୀ ପକ୍ଷରୁ ସୁରକ୍ଷା ବିଭାଗ ଅଧିକାରୀ ସତ୍ୟଜିତ ପାତ୍ର,ସହକାରୀ ପରିଚାଳକ ଚିନ୍ମୟ ନାଥ,ସୁରକ୍ଷା ବିଭାଗ ଅଧିକାରୀ ପ୍ରମୋଦ ନଟରାଜନ,କନଷ୍ଟ୍ରକସନ ମ୍ୟାନେଜର ରବି କୁମାର ଦୁବା,ମହମ୍ମଦ ଆଦିଲ ରହିମ,ଆପମିନ ଆଣ୍ଡ ଆକାଉଂଟସର ମନନ ସାହା,ଷ୍ଟୋର ବିଭାଗର ଅଭିଜିତ କୁମାର,ଆଇ.ଆଣ୍ଡ ଆର ମ୍ୟାନେଜର ସନ୍ଦିପ ସିଂ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ମହାକାଳପଡା ବାୟାବାବା କଲେଜର ଛାତ୍ରଛାତ୍ରୀମାନଙ୍କ ଚକ୍ଷୁ ପରୀକ୍ଷା କରାଯାଇ ସେମାନଙ୍କୁ ମାଗଣା ଔଷଧ ଓ ଚଷମା ଯୋଗାଇ ଦିଆଯାଇଛି ।