ଏଲ.ଏନ ଡିଗ୍ରୀ କଲେଜରେ ‘ମୋ କଲେଜ’ ଅଭିଯାନ ଅନୁଷ୍ଠିତ

କୋଦଳା (ଗୁଲସନ କୁମାର): ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କରକମଳରେ “ମୋ କଲେଜ” ଅଭିଯାନ କାର୍ଯ୍ୟକ୍ରମ ଭିଡ଼ିଓ କନ୍ଫରେନ୍ସ ମାଧ୍ୟମରେ ଲୋକାର୍ପିତ ହୋଇଯାଇଛି। ଏଥିରେ କୋଦଳା ଲଷ୍ମୀ ନାରାୟଣ ଡିଗ୍ରୀ କଲେଜ ଠାରେ “ମୋ କଲେଜ” ଅଭିଯାନ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥିଙ୍କ ଦ୍ୱାରା ଦୀପ ପ୍ରଜଳନ ହେବା ସହିତ ଅତିଥିମାନେ ରୁଚି ଭିତିକ ପାଠ୍ୟକ୍ରମର ଆବଶ୍ୟକତା ବିଷୟରେ ନିଜର ମତ ରଖିଥିଲେ l ‘ମୋ କଲେଜ’ ଅଭିଯାନରେ ପୁରାତନ ଛାତ୍ରଛାତ୍ରୀମାନେ ସାମିଲ ହୋଇ କଲେଜର ବିକାଶ ଦିଗରେ ନିଜ ନିଜର ଆହ୍ୱାନ ଦେଇଥିଲେ l ଆଜିର ଏହି ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ରୂପେ କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ, କଲେଜର ଅଧକ୍ଷ ଡ଼& ପଦ୍ମଚରଣ ପାଢ଼ୀ (ଅଧକ୍ଷ ଏଲ.ଏନ ଡିଗ୍ରୀ କଲେଜ), ସିମାଞ୍ଚଳ ମୁନି (ଅଧକ୍ଷ ଏଲ.ଏନ ମହାବିଦ୍ୟାଳୟ), ପ୍ରଫୁଲ୍ଲ ରଥ, ରଘୁନାଥ ମୁଦୁଲି, ପ୍ରଫୁଲ୍ଲ ମିଶ୍ର,ବିଷ୍ଣୁ ଚରଣ ସେଠି ଅଧକ୍ଷ, ଅଧ୍ୟାପିକା, ପୁରାତନ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ପ୍ରମୁଖ ଅଂଶଗ୍ରହଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ