ଏଲ ଡି ଏମ ସିତାରାମ ମେହେରଙ୍କ ଜନ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ବୋଡ଼େନ, (ଯୁଗାବ୍ଦ ନ୍ୟୁଜ):ନୂଆପଡ଼ା ଜିଲ୍ଲାପାଳଙ୍କ ଦାଦନ ମୁକ୍ତ ନୂଆପଡ଼ା ଜିଲ୍ଲା ଗଢିତୋଳିବାର ଆହ୍ବାନକ୍ରମେ ବୋଡ଼େନ ବ୍ଲକର ଉତ୍କଳ ଗ୍ରାମୀଣ ବ୍ୟାଙ୍କ୍ ଖଇରା ଶାଖା ଆନୁକୁଲ୍ୟରେ ସୁନାପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏଲ ଡି ଏମ ସିତାରାମ ମେହେର ମୁଖ୍ୟ ଅତିଥି ରୂପେ ଯୋଗଦାନ କରିବା ସହିତ ତାଙ୍କ ଅଧ୍ୟକ୍ଷତାରେ ଜନ ସୁରକ୍ଷା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।କାର୍ଯ୍ୟକ୍ରମରେ ଖଇରା ବ୍ୟାଙ୍କ୍ ମ୍ୟାନେଜର ପ୍ରଣୟ କୁମାର ନାଏକ, ଏସ୍ପାଇରେଶନ ବ୍ଲକ ଫେଲୋ ରାକେଶ କୁମାର ଷଡ଼ଙ୍ଗୀ,ସାମ୍ବାଦିକ ରାମନାଥ ପଣ୍ଡା,ବ୍ୟାଙ୍କ୍ ମିତ୍ର ବିଣା ଦଣ୍ଡସେନା ମଞ୍ଚାସିନ ଥିଲେ । ବ୍ୟାଙ୍କ୍ ମ୍ୟାନେଜର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଏବଂ ରାକେଶ ଷଡ଼ଙ୍ଗୀ ବର୍ତ୍ତମାନ ସମୟରେ ମଣିଷର ଅସୁବିଧା ଉପରେ କଣ ସବୁ ପ୍ରଭାବ ପକାଉଛି ତା ଉପରେ ଆଲୋକପାତ କରିଛନ୍ତି ।ଏଲ ଡି ଏମ ସିତାରାମ ମେହେର ଦାଦନ ଖଟିବାକୁ ଯାଉଥିବା ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଦୀର୍ଘ ସମୟ ଆଲୋଚନା କରି ଦାଦନ ନ ଯାଇ ନିଜ ନିଜ ଅଞ୍ଚଳରେ କାମ ଧନ୍ଦା କରି ପରିବାରକୁ ସୁରକ୍ଷା ଦେବାରେ କେଉଁ ସବୁ ସରକାରୀ ଯୋଜନା ଉପଲବ୍ଧ ତାହା ଉପସ୍ଥାପନ କରିଥିଲେ ।ସରକାର ଅନେକ ଯୋଜନା କରିଛନ୍ତି ଏବଂ ଆମ୍ଭେ ସେହି ଯୋଜନା ମାଧ୍ୟମରେ ଅର୍ଥ ଉପାର୍ଜନ କରିପାରିବା ବୋଲି ବୁଝାଇଥିଲେ ।ଯୋଜନା ମଧ୍ୟରେ ଯେମିତି କି ସିଲେଇ କାମ,ଛତୁ ଚାଷ ,ପାଣି ପାଇପ ତାଲିମ ନେବା,ଦୁଇ ଚକିଆ ଯାନ ମରାମତି ପାଇଁ ତାଲିମ ଗ୍ରହଣ,ଘର ଉପକରଣ ପ୍ରସ୍ତୁତି ନିମନ୍ତେ ଟ୍ରେନିଂ,ଘରୁଆ ବିଦ୍ୟୁତ୍ ଉପକରଣ ପାଇଁ ମେକାନିକ୍ ଟ୍ରେନିଙ୍ଗ,ମୋବାଇଲ ରିପାଇରିଂ,କୁକୁଡ଼ା ଚାଷ,ଗାଈ ପାଳନ,ଛେଳି ଚାଷ,ମାଛ ଚାଷ,ବିଭିନ୍ନ ଦୋକାନ କରି ବ୍ୟବସାୟ କରିବା ଇତ୍ୟାଦି ଇତ୍ୟାଦି ।ଏସବୁ କରିବା ପାଇଁ ସମସ୍ତ ବ୍ୟାଙ୍କ କମ୍ ସୁଧରେ ଋଣ ପ୍ରଦାନ କରୁଛନ୍ତି ।ସମସ୍ତ କୁଶଳୀ ଶ୍ରମିକ ମଧ୍ୟ ନିଜ ନିଜ ବୃତ୍ତି ପାଇଁ ବ୍ୟାଙ୍କରୁ ଋଣ ନେଇ ନିଜ ଭବିଷ୍ୟତ ଗଠନ ତଥା ପରିବାରର ଭବିଷ୍ୟତ ଗଠନରେ ସହାୟକ ହେବାସହ ସମାଜର ସୁରକ୍ଷା କରି ପାରିବେ ବୋଲି ଅନେକ ଉଦାହରଣ ଦେଇଥିଲେ ।କ୍ଷଣ ସ୍ଥାୟୀ ଜୀବନର କିଛି ସଠିକ୍ ନ ଥାଏ ତେଣୁ ପରିବାରର ଭବିଷ୍ୟତ ଚିନ୍ତା କରିବା ହେଉଛି ସମସ୍ତ ମଣିଷର କର୍ତ୍ତବ୍ୟ ତେଣୁ ଏହି ଆଳରେ ସାମାଜିକ ସୁରକ୍ଷା ନିମିତ୍ତ ସରକାରଙ୍କ ବୀମା ଗୁଡ଼ିକ ଉପସ୍ଥାପନ କରିଥିଲେ ।ପ୍ରଧାନ ମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଓ ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ରେ ସମସ୍ତେ ସାମିଲ ହୋଇ ପ୍ରତି ବର୍ଷ ପ୍ରିମିୟମ ଭରିବାକୁ ଅନୁରୋଧ କରିଥିଲେ ।ଉପରୋକ୍ତ ବୀମା ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀ ସ୍ବାସ୍ଥ୍ୟ ସୁରକ୍ଷା ଓ ପରିବାର ସୁରକ୍ଷାରେ କେତେ ଲାଭ ପାଇବେ ,ଦୁର୍ଘଟଣା ହେଲେ କଣ ଲାଭ ମିଳିବ ତାହା ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି ।ଜୀବନରେ କାମ କରି କରି ବୟସ ଅନୁପାତରେ ୬୦ ବର୍ଷ ହୋଇଯିବା ପରେ ଶରୀରରେ ଶକ୍ତି ନ ଥାଏ ସେତେ ବେଳେ ଅଟଳ ପେନସନ ଯୋଜନା ମାଧ୍ୟମରେ ଭତ୍ତା ମିଳିବା ଅବା ଏହି ଯୋଜନା ଦ୍ୱାରା ଫେମିଲି ପେନସନ କିମ୍ବା ମାଆ ବାପାଙ୍କ ମୃତ୍ୟୁ ପରେ ଛୁଆ ମାନଙ୍କୁ ଏକ କାଳୀନ ୮ ଲକ୍ଷ ଟଙ୍କା ମିଳିବା ଦ୍ଵାରା ପରିବାରର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ ।ସୁକନ୍ୟା ଯୋଜନା ଉପରେ ମଧ୍ୟ ଆଲୋଚନା କରି ଦାଦନ ଜୀବନ ନ ବିତାଇ ଘରେ ରହି ନିଜ ଅଞ୍ଚଳରେ କାମ କରି ସୁଖ ଜୀବନ ଅତିବାହିତ କରିବାପାଇଁ ଅନୁରୋଧ କରିଥିଲେ ।ବିଭିନ୍ନ ସ୍ଵୟଂ ସହାୟିକ ଗୋଷ୍ଠୀର ମହିଳା,ଗ୍ରାମର ଭଦ୍ରବ୍ୟକ୍ତି ଉପସ୍ଥିତି ରହି ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ