ଏଲ.ଭି. ପ୍ରସାଦ ଚକ୍ଷୁ ଚିକତ୍ସା କେନ୍ଦ୍ରର ଶାଖା ଉଦଘାଟିତ

ଛତ୍ରପୁର,(ଦେବଦତ୍ତ ମହାରଣା): ଏଲ.ଭି. ପ୍ରସାଦ ଚକ୍ଷୁ ଅନୁଷ୍ଠାନ ପକ୍ଷରୁ ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଟଲାମପୁର ଗ୍ରାମ ଠାରେ ଏକ ମାଗଣା ପ୍ରାଥମିକ ଚକ୍ଷୁ ଚିକିତ୍ସା କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଏହାକୁ ହାଇଦ୍ରାବର ଏଲ.ଭି. ପ୍ରସାଦ ଚକ୍ଷୁ ଅନୁଷ୍ଠାନ କେନ୍ଦ୍ର ଦ୍ୱାରା ଭିଡିଓ କନଫେରନ୍ସିଂ ମାଧ୍ୟମରେ ଉଦଘାଟନ କରାଯାଇଛି । ଏହାକୁ ମିଶାଇ ଦେଶ ରେ ୧୯୩ ଟି ଭିଜନ ସେଣ୍ଟର ତଥା ପ୍ରାଥମିକ ଚକ୍ଷୁ ପରୀକ୍ଷା କେନ୍ଦ୍ର ରହିଛି । ଏହି କେନ୍ଦ୍ର ମାଧ୍ୟମରେ ଗରୀବ , ଅସହାୟ ଓ ସ୍ୱଳ୍ପ ରୋଜଗାର କରୁଥିବା ଲୋକମାନେ ଉପକୃତ ହୋଇପାରିବ । ସେମାନଙ୍କ ନିମନ୍ତେ ସମ୍ପୁର୍ଣ୍ଣ ଚିକିତ୍ସା ଦେୟ ମାଗଣା ରହିଛି ବୋଲି ପ୍ରାଥମିକ ଚକ୍ଷୁ ଚିକିତ୍ସା କେନ୍ଦ୍ର ପକ୍ଷରୁ କୁହାଯାଇଛି । ପୋଟ୍ଟଲାମପୁର ଠାରେ ଏହି ପ୍ରାଥମିକ ଚକ୍ଷୁ ଚିକିତ୍ସା କେନ୍ଦ୍ର ଉଦଘାଟନ ହେବା ଦ୍ୱାରା ଛତ୍ରପୁର ବ୍ଲକ ଓ ଆଖପାଖ ବ୍ଲକ ର ଜନସାଧାରଣ ମାନେ ଏହାର ସୁବିଧା ପାଇପାରିବେ । ଏହି ଉଦଘାଟନ ଉତ୍ସବରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବନେତା ତଥା ସାମାଜିକ କର୍ମୀ ପି.ଚନ୍ଦ୍ରଶେଖର ରାଓଙ୍କ ସମେତ ବହୁ ବୁଦ୍ଧିଜିବୀ ମାନେ ଉପସ୍ଥିତ ଏଠାରେ ଏହି ଚିକିତ୍ସା କେନ୍ଦ୍ର ଏହି ଖୋଲାଯାଇଥିବା ରୁ ଅନୁଷ୍ଠାନ କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ପ୍ରାଥମିକ ଚକ୍ଷୁ ପରୀକ୍ଷା କେନ୍ଦ୍ର ଗୁଡିକୁ ମିସନ ଫର ଭିଜନ ବାଇ ୱେନ ଗିଭିଙ୍ଗ ଫାଉଣ୍ଡେସନ ପକ୍ଷରୁ ପ୍ରଯୋଜକ ଆର୍ଥିକ ସହାୟତା କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ