ଏସଏଚଜି ଗ୍ରୁପର ଦୁଇ ଦିନିଆ ଆଲୋଚନାଚକ୍ର

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ): ମହିଳାମାନଙ୍କୁ ଆର୍ଥନୈତିକ କ୍ଷେତ୍ରରେ ସୁଦୃଢ କରିବା ପାଇଁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଆରମ୍ଭ ହୋଇଛି ଅଭିନବ ପ୍ରୟାସ । ନିଗମ ପକ୍ଷରୁ ସେଫ୍ଟିକ ଟ୍ରିଟମେଣ୍ଟ ପ୍ଲାଣ୍ଟ ର ସୁପରିଚାଳନା କରିବା ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ୭୦ଟି ସ୍ୱଂୟ ସହାୟକ ଗୋଷ୍ଠୀକୁ ବଛାଯାଇଥିଲା । କିନ୍ତୁ ଶେଷରେ ୪ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ମହୁଡାରେ ଥିବା ସେଫ୍ଟିକ ଟ୍ରିଟମେଣ୍ଟ ପ୍ଲାଣ୍ଟ ର କିପରି ବ୍ୟବହାର କରାଯିବ ସେନେଇ ତାଲିମ ପ୍ରଦାନ କରାଯାଇଥିଲା । ମହାନଗର ନିଗମର ସମ୍ମିଳନୀ କକ୍ଷରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମହୁରୀ କାଳୁଆ ସଂୟ ସହାୟକ ଗୋଷ୍ଠୀ , ଜୟମା ଲକ୍ଷ୍‌ମୀ ସଂୟ ସହାୟକ ଗୋଷ୍ଠୀ, ନବଦ୍ୱୀପା ସଂୟ ସହାୟକ ଗୋଷ୍ଠୀ , ମା ମଙ୍ଗଳ ସଂୟ ସହାୟକ ଗୋଷ୍ଠୀ ଯୋଗଦେଇ ଏହାକୁ କିଭଳି ଭାବରେ ସୁପରିଚାଳନା କରାଯିବ ସେ ସମ୍ବଦ୍ଧରେ ସବିଶେଷ ତାଲିମ ନେଇଥିଲେ । ସେମାନଙ୍କ ମଧ୍ୟରୁ ଗୋଟିଏ ସଂୟ ସହାକ ଗୋଷ୍ଠୀକୁ ଚୟନ କରାଯାଇ ମହୁଡାରେ ଥିବା ସେପ୍ଟି ଟ୍ୟାଙ୍କର ପରିଚାଳନା ଦାୟିତ୍ୱ ପ୍ରଦାନ କରାଯିବ ଯାହା ଦ୍ୱାରା ଏସଏଚଜି ମହିଳା ମାନଙ୍କର ଆର୍ଥିକ ମାନଦଣ୍ଡ ସୁଦଢ ହୋଇପାରିବ ବୋଲି ବିଏମସିର ବରିଷ୍ଠ କର୍ମକର୍ତ୍ତାମାନେ ସୁଚନା ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ