ଏସଏଚଜି  ତରଫରୁ ମହା ପୃଷ୍ଟି ମହୋତ୍ସବ ପାଳନ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଓଡିଶା ଜୀବିକା ମିଶନ ତଥା ପାନୀୟ ଜଳ ବିଭାଗ ଓଡିଶା ସରକାରଙ୍କ ତରଫରୁ ଏସଏଚଜି ମହିଳା  ମାନଙ୍କ ଦ୍ଵାରା ଶ୍ରାନିକେତା ଗ୍ରାମ ପଞ୍ଚାୟତରେ ମହା ପୃଷ୍ଟି ମହୋତ୍ସବ ଏବଂ ଗାଁ ଗାଁ ରେ ମା ମାନଙ୍କୁ ନେଇ ପୃଷ୍ଟି ମହୋତ୍ସବ ପାଳନ ହୋଇଯାଇଛି । ଓଡିଶା ଜୀବିକା ମିଶନ ତଥା ପ୍ରଦାନ ସଂସ୍ଥାର ପ୍ରୟାସରେ ମା ମାନଙ୍କୁ ସଶକ୍ତିକରଣ କରିବା, ମୋ ଉପକାର ବଗିଚା ତିଆରି କରିବା ଏବଂ ମା ମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରି ସ୍ୱାସ୍ଥ୍ୟ, ଶିକ୍ଷା, ସ୍ୱାବଲମ୍ବୀ ଓ ସଚେତନ ହେବା ପାଇଁ ପ୍ରଚେଷ୍ଠା ଜାରି ରଖିଛି । ଏହି ପ୍ରକାର ପ୍ରଚେଷ୍ଠା ଏବଂ ପଦକ୍ଷେପକୁ ପ୍ରତ୍ୟକ ମହଲରେ ସ୍ୱାଗତ ତଥା ପ୍ରଶଂସା କରାଯାଉଛି । ପ୍ରତ୍ୟେକ ଗାଁ ରେ ଥିବା ପ୍ରାଣୀ ମିତ୍ର, କୃଷି ମିତ୍ର, ତଥା ସିଆରପି ମାନଙ୍କ ଉପସ୍ଥିତିରେ ପ୍ରଦାନ ର ଉଦ୍ୟମରେ ଏହି ମହୋତ୍ସବକୁ ସଫଳ କରାଯାଇଛି । ବିଭିନ୍ନ ପ୍ରକାର ପୃଷ୍ଟିକର ଫଳ, ପନିପରିବା, ଶାଗ ଇତ୍ୟାଦି ପ୍ରଦର୍ଶିତ କରାଯାଇଥିବା ଦେଖିବାକୁ ମିଳିଥିଲା । ମାଁ ମାନଙ୍କୁ ପୃଷ୍ଟିକର ଖାଦ୍ୟ ବିଷୟରେ ଶିକ୍ଷା ଦିଆ ଯାଇଥିଲା । ଶେଷରେ ନାଚ ଗୀତ ସହ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦୀର୍ଘ ସମୟ ଧରି ଆଗ୍ରହ ତଥା ଧର୍ଯ୍ୟର ସହ ଶେଷ ପର୍ଯ୍ୟନ୍ତ ମା ମାନେ  ମଜା ନେଇଥିବା ଦେଖିବାକୁ ମିଳିଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ