ଏସଏଚଜି ମହିଳାଙ୍କୁ ମିଳିଲା ସ୍କୁଟି
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ମିଶନଶକ୍ତି ବିଭାଗ ପକ୍ଷରୁ ଏବେ ଏସଏଚଜି ମହିଳା ମାନଙ୍କୁ ସ୍କୁଟି କିଣିବା ପାଇଁ ବିନା ସୁଧରେ ରାଜ୍ୟ ସରକାର ଅର୍ଥ ଯୋଗାଇଛନ୍ତି। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ପକ୍ଷରୁ ବିନା ସୁଧରେ ମହିଳା ମାନଙ୍କୁ ସ୍କୁଟି କିଣିବା ପାଇଁ ଅର୍ଥ ପ୍ରଦାନ କରାଯାଇଛି। ସୂଚନା ଅନୁଯାୟୀ ବ୍ଲକର ରହଣିଆ, ସରସଦା, ରାଜେନ୍ଦ୍ରପୁର, ଷୋଳମପୁର ଓ ମାଳଦା ପଞ୍ଚାୟତର ଏମବିକେ, ସିଆରପି ଓ ଇସି ମେମ୍ବରକୁ ମିଶାଇ ୨୦ଜଣଙ୍କୁ ସ୍କୁଟିକିଣିବା ପାଇଁ ଶାଖା ପକ୍ଷରୁ ଅର୍ଥ ପ୍ରଦାନ କରାଯାଇଥିଲା। ଏହାପରେ ସମସ୍ତ ମହିଳା ଗାଡି କିଣିଥିବା ବେଳେ ଶାଖା ପରିଚାଳକ ବିଚିତ୍ରାନନ୍ଦ ସାହୁ ମା ମାନଙ୍କୁ ଶାଖା ପକ୍ଷରୁ ସ୍ୱାଗତ ଜଣାଇଛନ୍ତି।