ଏସଏଚ୍ଜି ମାନଙ୍କ ଦ୍ୱାରା ସାଇକେଲ ରାଲି, ସାମିଲ ହେଲେ ବିଡିଓ ଓ ସରପଞ୍ଚ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଛତ୍ରପୁର ପଞ୍ଚାୟତ ସମିତି ଓ ଓଡିଶା ଜୀବିକା ମିଶନ ଆନୁକୂଲ୍ୟରେ ସ୍ଥାନୀୟ ବ୍ଲକ ଅନ୍ତର୍ଗତ କାଳିପଲ୍ଲୀ ପଞ୍ଚାୟତରେ ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀ ମାନଙ୍କ ଦ୍ୱାରା ଏକ ସାଇକେଲ ରାଲି ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ, କାଳିପଲ୍ଲୀ ସରପଞ୍ଚ ଶ୍ରୀରାମ ଚନ୍ଦ୍ର ବେହେରା , ଓଡିଶା ଜିବିକା ମିଶନର ବ୍ଲକ ସଂଯୋଜିକା ମାନିନୀ ଜେନା, କନିଷ୍ଠ ଯନ୍ତ୍ରୀ ଜୟସେନ ବେହେରାଙ୍କ ସମେତ ବହୁ ସ୍ୱୟଂସହାୟିକ ମହିଳା ଗୋଷ୍ଠୀର ସଦସ୍ୟା ମାନେ ସାମିଲ ହୋଇଥିଲେ । ସାଇକେଲ ଚଲାନ୍ତୁ ସୁସ୍ଥ ରୁହନ୍ତୁ…. ର ବାର୍ତ୍ତା ଦେଇ ପଞ୍ଚାୟତ ବାସୀଙ୍କୁ ସଚେତନତା କରାଇଥିଲେ ।