ଏସଡିପିଓଙ୍କ ଦୁର୍ବ୍ୟବହାର ସହିତ ମୋବାଇଲରେ ଧମକ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡରେ କାର୍ଯ୍ୟରତ ଜୈନକ ସାମ୍ବାଦିକଙ୍କୁ ଏସଡିପିଓଙ୍କ ଦୁର୍ବ୍ୟବହାର ସହିତ ମୋବାଇଲ ଫୋନ ମାଧ୍ୟମରେ ଧମକ ସମଗ୍ର ସାମ୍ବାଦିକ ମହଲରେ ଆଲୋଚ୍ୟ ର ବିଷୟ ହୋଇଛି । ଘଟଣା ପ୍ରକାରେ ମଙ୍ଗଳ ବାର ରାତ୍ର ସମୟରେ ବାଲିଗୁଡା ପାଟଖଣ୍ଡା ମନ୍ଦିର ନିକଟରେ ବାଲିଗୁଡା ପୋଲିସ ପକ୍ଷରୁ ଗାଡି,ମୋଟର ଯାଞ୍ଚ ଚାଲିଥିଲା । ଏହି ସମୟରେ ଦୈନିକ ଓଡିଶା ଭାସ୍କରର ବାଲିଗୁଡା ଉପଖଣ୍ଡ ପ୍ରତିନିଧି ସୁବ୍ରତ କୁମାର ମାଝୀ ଏହାର ଭିଡିଓ ଉତୋଳନ କରିଥିଲେ । ଏତିକିରେ ଏସଡିପିଓ ଜି.ଆର. ରାଘବେନ୍ଦ୍ରା ଉତକ୍ଷିପ୍ତ ହୋଇ ଫୋଟ କାହିଁକି ଉଠାଉଛ, ତମେ କୋଉ ସାମ୍ବାଦିକ, ତମର ମାସ୍କ କାହିଁ, ତମ ଗାଡି ନଂ କୁହ ଚାଲଣ କାଟିବି କହିଥିବା ଅଭିଯୋଗ କରିଛନ୍ତି ସୁବ୍ରତ ମାଝୀ, କଥା ଏତିକିରେ ସରିନଥିଲା ଏସଡିପିଓ ଜଣକ ସାମ୍ବାଦିକ ସୁବ୍ରତ ମାଝିର ମୋବାଇଲ ହାତରୁ ଟାଣିନେଇ ଗାଡି ଉପରେ ଫିଙ୍ଗି ଦେବା ସହିତ ସର୍ବ ସମୁଖରେ ସାମ୍ବାଦିକ ସୁବ୍ରତ ମାଝୀର ଫୋଟ ଉଠାଇଥିଲେ । ଏହିପରି କିଛି ସମୟ ଗଲା ପରେ ଛଡାଇ ଫିଙ୍ଗିଥିବା ମୋବାଇଲ ଫୋନକୁ ସାମ୍ବାଦିକଙ୍କୁ ଫେରାଇଥିଲେ । ସାମ୍ବାଦିକ ଶ୍ରୀ ମାଝୀ ସେଠାରୁ ଚାଲିଗଲା ପରେ ସାମ୍ବାଦିକ ଗୃପରେ ଏସଡିପିଓଙ୍କ ଦୁର୍ବ୍ୟବହାର ବିଷୟରେ ଲେଖିଥିଲେ । ପରେ କୈଣସି ସୂତ୍ରରୁ ସୂଚନା ପାଇ ଏସଡିପିଓ ରାଘବେନ୍ଦ୍ରା ମହାଶୟ ରାତ୍ର ସମୟରେ ସୁବ୍ରତ ମାଝୀଙ୍କୁ ତୁମେ ପ୍ରେସ କ୍ଳବରେ ମୋ ନାମରେ ଅଭିଯୋଗ କରିଛ ପରା, ମୁଁ ତୁମକୁ ଗଞ୍ଜେଇ କେସରେ ପୂରାଇ ଦେବି ବୋଲି ଧମକାଇ ଥିଲେ ଯାହାର ରେକଡିଂ ଅଡିଓ ସମସ୍ତ ସାମ୍ବାଦିକ ପାଖକୁ ପଠାଇଛନ୍ତି ସୁବ୍ରତ ମାଝୀ ।  ଏହି ଅଡିଓ ରେକଡିଂ ଶୁଣିବା ପରେ ସମସ୍ତ ବାଲିଗୁଡା ସାମ୍ବାଦିକ ମାନେ ଏକାଠି ହୋଇ ଏହାର ପ୍ରତିବାଦ କରିବାକୁ ଏସଡିପିଓଙ୍କ ଅଫିସରେ ରୁଣ୍ଡ ହୋଇଥିଲେ, କିନ୍ତୁ ଫୁଲବାଣୀରେ ମିଟିଂଙ୍ଗ ଥିବାରୁ ଏସଡିପିଓ ମହାଶୟ ଅନୁପସ୍ଥିତ ଥିଲେ । ବର୍ତ୍ତମାନ ସାମ୍ବାଦିକ ସୁବ୍ରତ ମାଝୀ ଓ ତାଙ୍କ ପରିବାର ଭୟଭିତ ଅବସ୍ଥାରେ ଥିବା ଜଣାପଡିଛି । କାରଣ ଏସଡିପିଓ ରାତିଅଧିଆ ଯେଉଁଭଳି ଗଞ୍ଜେଇ କେସ ରୁଜୁ କରିବାକୁ ଧମକ ଦେଇଛନ୍ତି, ତାକୁ ନେଇ ଭୟରେ ଭାଙ୍ଗି ପଡିଛନ୍ତି ପରିବାର ଲୋକେ । ଏ ନେଇ ବୁଧବାର ଦିନ ସୁବ୍ରତ ମାଝୀ ଏକ ସାମ୍ବାଦିକ ସମ୍ମିଳନୀରେ ଯଦି ମୋର ପରିବାର କିମ୍ବା ମୋର କିଛି କ୍ଷତି ଘଟେ ସେଥିପାଇଁ ବାଲିଗୁଡା ଏସଡିପିଓ ହିଁ ଦାୟୀ ରହିବେ ବୋଲି ସୂଚନା ପ୍ରଦାନ କରିଛନ୍ତି । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ବାଲିଗୁଡା ସାମ୍ବାଦିକ ସଂଘ ତରଫରୁ ଦାବୀ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ