ଏସପିଙ୍କ ଥାନା ପରିଦର୍ଶନ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଦ୍ରକ ଏସପି ଚରଣ ସିଂ ମୀନା ଆଜି ଭଣ୍ଡାରିପୋଖରୀ ଥାନା ପରିଦର୍ଶନ କରିଥିବା ଜଣାପଡିଛି । ଏସପି ଥାନା ପରିସରରେ ପହଂଚିବା ପରେ କର୍ମଚାରୀ ମାନଙ୍କ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲା । ବିଶେଷ କରି ଥାନା ଅଂଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମାମଲା ବାବଦ ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଥାନା ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଏହା ସହିତ ସାଧାରଣ ଲୋକଙ୍କୁ ଯଥାଶୀଘ୍ର ନ୍ୟାୟ ପ୍ରଦାନ ପାଇଁ ଥାନା ତତ୍ପରତାର ସହିତ କାମ କରିବାକୁ ଏସପି ପରାମର୍ଶ ଦେଇଥିଲେ। ଥାନା ଅଧିକାରୀ ଅମିତାଭ ଦାସଙ୍କ ସହିତ ସହକାରୀ ଅଧିକାରୀ ଶୁଭେନ୍ଦୁ ଭୂଷଣ ମହାନ୍ତି ଓ ସମସ୍ତ ଏଏସଆଇ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ