ଏସପିଙ୍କ ସହିତ ବଜରଙ୍ଗ ଦଳର ସଦସ୍ୟଙ୍କ ବୈଠକ ଅନୁଷ୍ଠିତ
କେନ୍ଦ୍ରାପଡା, (ଯୁଗାଦ୍ଦ ନ୍ୟୁଜ) – ଜିଲ୍ଲା ପୋଲିସ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଗୁରୁବାର ପୂର୍ବାହ୍ନରେ ଆରକ୍ଷୀ ଅଧିକ୍ଷକ ନୀତି ଶେଖରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବଜରଙ୍ଗ ଦଳର ସଦସ୍ୟମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବଜରଙ୍ଗ ଦଳ ପକ୍ଷରୁ କିଶୋର କୁମାର ପଣ୍ଡା,ସଞ୍ଜୟ କୁମାର ପତ୍ରୀ,ଉପିନ ରାଉତ,ଅକ୍ଷୟ କୁମାର ସେନାପତି ପ୍ରମୁଖ ଯୋଗଦେଇ ସହରରେ ସୃଷ୍ଟି ହୋଇଥିବା ସାଂପ୍ରଦାୟିକ ସମସ୍ୟାର ସମାଧାନ ନିମନ୍ତେ ଆଲୋଚନା କରାଯାଇଥିଲା । ଦଳ ପକ୍ଷରୁ ଗଣ୍ଡଗୋଲରେ ଲିପ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ନିମନ୍ତେ ଦାବି କରାଯାଇଥିବା ବେଳେ ପୋଲିସ ଏଥି ନିମନ୍ତେ କିଛି ସମୟ ନେଇଥିବା ସୂଚନା ମିଳିଛି । ବୈଠକରେ ଏସପିଙ୍କ ବ୍ୟତିତ ଗଜପତୀର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶାନ୍ତନୁ କୁମାର ଦାଶ,କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।