ଏସପି ଅଫିସର ମୁଖ୍ୟ କିରାଣିଙ୍କ ଅବସର କାଳୀନ ବିଦାୟ ସମ୍ୱର୍ଦ୍ଧନା

ବ୍ରହ୍ମପୁର, (ୱାଇଏନଏସ):ବ୍ରହ୍ମପୁର ଏସପି ଅଫିସ୍ ରେ ଦୀର୍ଘ ବର୍ଷ ଧରି କାର୍ଯ୍ୟରତ ମୁଖ୍ୟ କିରାଣି ସୁଧୀର କୁମାର୍ ପଟନାୟକ ଙ୍କୁ ଶନିବାର ଅବସର କାଳୀନ ସମ୍ୱର୍ଦ୍ଧନା ପ୍ରଦାନ କରାଯାଇଥିଲା । ବ୍ରହ୍ମପୁର ଏସପି ଡ୍ ଶ୍ରବଣ ବିବେକ ଏମ ଏହି ଅବସରରେ ଉପସ୍ଥିତ ରହି ମୁଖ୍ୟ କିରାଣୀ ପଟ୍ଟନାୟକ ଙ୍କୁ ଉପଢୋକନ ଓ ପୁଷ୍ପ ଗୁଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଦୀର୍ଘ ବର୍ଷ ଧରି ପଟ୍ଟନାୟକ ଙ୍କ ସେବା କାଯ୍ୟର ପ୍ରଶଂସା କରି ତାଙ୍କ ଅବସର ଜୀବନ ଲାଗି ଶୁଭକାମନା କରିଥିଲେ । ଏଠାରେ ଅଭିମନ୍ୟୁ ଫାଉଣ୍ଡେସନ ତରଫରୁ ମୁଖ୍ୟ ପରିଚାଳକ ରାକେଶ ପ୍ରଧାନ ଉପସ୍ଥିତ ରହି ମାନପତ୍ର, ଉପଢୋକନ,ପୁଷ୍ପ ଗୁଛ , ଅଭୁଲା ସ୍ମୃତି ନାମରେ ଫଟୋ ଥାଇ ଏକ ଫଟୋ ଫ୍ରେମ୍ ପ୍ରଦାନ ପୂର୍ବକ ଅନୁରୂପ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଫାଉଣ୍ଡେସନ ତରଫରୁ ରିଶିଦେବ ସାହୁ, ଚିନ୍ତାମଣି ସାହୁ, ରାଜେଶ ପ୍ରଧାନ, ପୋଲିସ୍ ମାନଙ୍କ ତରଫରୁ ଦେବେନ୍ଦ୍ର କୁମାର ରାଉତ, ସଦାନନ୍ଦ ସ୍ୱାଇଁ, ବସନ୍ତ ବେହେରା, ସ୍ନିଗ୍ଧା ରାଣୀ ପାତ୍ର, ସୁକାନ୍ତ ବେହେରା, ହଳଧର ପୃଷ୍ଟି, ତନ୍ମୟ ମିଶ୍ର, ବବିତା ପ୍ରଧାନ, ଶରତ ନାୟକ, ପ୍ରଣତି ଉପାଧ୍ୟାୟ, ପ୍ରୀତି ରଞ୍ଜନ ପ୍ରହରାଜ ପ୍ରମୁଖ ଙ୍କ ସମେତ ବହୁ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ