ଏସପି ଅଫିସ ସମ୍ମୁଖରେ ବିଜେପି ଯୁବ ମୋର୍ଚ୍ଚାର ନାରାବାଜି ଓ ଗଣ ଧାରଣା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଭୁବନେଶ୍ୱର ଠାରେ ଲୋୟର ପିଏମଜିରେ ବିଜେପି ଯୁବ ମୋର୍ଚ୍ଚା କର୍ମ କର୍ତ୍ତାଙ୍କ ଉପରେ ଯେଉଁ ଯୋଜନାବଦ୍ଧ ଆକ୍ରମଣ ହୋଇଥିଲା ତାହାର ପ୍ରତିବାଦରେ ରାଜ୍ୟ ବିଜେପି ସଭାପତି ଏବଂ ଗଜପତି ଜିଲ୍ଲା ବିଜେପି ସଭାପତି ଓ ପାରଳାଖେମୁଣ୍ଡି ବିଧାୟକ ନାରାୟଣ ରାଓଙ୍କ ନିର୍ଦେଶକ୍ରମେ ଗଜପତି ଜିଲ୍ଲା ଯୁବ ମୋର୍ଚ୍ଚା ତରଫରୁ ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟ ଆଗରେ ନାରାବାଜି ଦିଆଯିବା ସହ ଗଣ ଧାରଣା ଦିଆ ଯାଇଛି. ଭୁବନେଶ୍ୱର ଠାରେ ବିଜେପି ଯୁବ ମୋର୍ଚ୍ଚା କର୍ମକର୍ତ୍ତାଙ୍କ ଉପରେ ଯେଉଁ ଯୋଜନାବଦ୍ଧ ଆକ୍ରମଣ ହୋଇଥିଲା ତାହାର ପ୍ରତିବାଦରେ ଆଜି ଶନିବାର ପାରଳାଖେମୁଣ୍ଡି ଠାରେ ଥିବା ଏସପିଙ୍କ କାର୍ଯ୍ୟାଳୟରେ ଯୁବ ମୋର୍ଚ୍ଚା ଓ ବିଜେପି ଦଳର କର୍ମକର୍ତ୍ତା ମାନେ ପହଞ୍ଚି ରାଜ୍ୟ ସରକାରଙ୍କ ବିରୋଧରେ କଟୁ ସମାଲୋଚନା କରିବା ସହ ଏଥିନେଇ ଏକ ଲିଖିତ ଅଭିଯୋଗ ଗଜପତି ଏସପିଙ୍କ ଉଦେଶ୍ୟରେ ଦିଆଯାଇଥିଲା. ଯୁବ ମୋର୍ଚ୍ଚା ସଭାପତି ବାଳକୃଷ୍ଣ ପାତ୍ରଙ୍କ ନେତୃତ୍ୱରେ ବହୁ କର୍ମୀ ଓ ବିଜେପି ନେତା ଗଜପତି ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲେ. ଏହି କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତା ଶୀଧେଶ୍ୱର ମିଶ୍ର, ଜଗନ୍ନାଥ ମହାପାତ୍ର, ଅରୁଣିମା ସାହୁ ସିଏଚ ସୀମାଦ୍ରୀ ପ୍ରମୁଖଙ୍କ ସହିତ ବହୁ କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ