ଏସପି ରଘୁନାଥ ପ୍ରସାଦ ପାଢ଼ୀଙ୍କ ଦ୍ୱାଦଶାହ
ବ୍ରହ୍ମପୁର, : ଅବସରପ୍ରାପ୍ତ ଏସପି ରଘୁନାଥ ପ୍ରସାଦ ପାଢ଼ୀଙ୍କ ଦ୍ୱାଦଶାହ ଅବସରରେ ଗୀତା ଭବନ ଠାରେ ସ୍ମୃତିଚାରଣ ସଭା ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହେ।ଇଯାଇଛି । ଅବସରପ୍ରାପ୍ତ ପେ।ଲିସ ଅଫିସର ସଂଘର ମୁଖ୍ୟ ଏସପି ବିଘ୍ନରାଜ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି, ଅବସରପ୍ରାପ୍ତ ପେ।ଲିସ ଅଧିକାରୀମାନେ ଯେ।ଗଦେଇ ସ୍ୱର୍ଗତ ପାଢ଼ୀଙ୍କ ବହୁମୁଖୀ ପ୍ରତିଭା, ଜନସେବୀ, ବନ୍ଧୁବତ୍ସଳ ଓ ପରେ।ପକାରୀ ବ୍ୟକ୍ତି ଭାବେ ବେଶ ପରିଚିତ ଥିଲେ । ସାଧାରଣ ଜନତା ଓ ତଳିଅ। କର୍ମଚାରୀମାନଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ରହିଥିଲା ବେ।ଲି ପ୍ରକାଶ କରିଥିଲେ । ଜଣେ ପେ।ଲିସ ଅଫିସର ଭାବେ ସେ ସମସ୍ତଙ୍କ ମଙ୍ଗଳ ଚିନ୍ତା କରିଥିଲେ । ଏଭଳି ଜଣେ ଅଫିସର ବିରଳ ବେ।ଲି ବହୁ ବକ୍ତା କହିଥିଲେ । ଏହି ଅବସରରେ ସ୍ୱର୍ଗତ ପାଢ଼ୀଙ୍କୁ ସଂଘ ପକ୍ଷରୁ ମରଣେ।ତ୍ତର ସମ୍ମାନ ପ୍ରଦାନ ତାଙ୍କ ପୁତ୍ର କାମାକ୍ଷ ପ୍ରସାଦ ପାଢ଼ୀଙ୍କୁ ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଡ଼ା. ସତ୍ୟବ୍ରତ ମହାପାତ୍ର, ଡ଼ା. ଉଷା ଦାସ, ରବି ରଥ, ପ୍ରକାଶିକା ମଞ୍ଜୁ ରଥ, ପେ।ଲିସ ଅଧିକାରୀ ସାରଦା ମହାପାତ୍ର, ଭବାନୀ ଶଙ୍କର ପଟ୍ଟନାୟକ, ବିଶ୍ୱନାଥ ପଣ୍ଡା, କୁଞ୍ଜ ବିହାରୀ ପଟ୍ଟନାୟକ, ସଂଘର କାଯର୍ୟକାରୀ ସଭାପତି ପ୍ରକାଶ ଚନ୍ଦ୍ର ସାହୁ, ଦୁର୍ନୀତି ନିବାରଣ ବିଭାଗର ଅତିରିକ୍ତ ଏସପି ଶାନ୍ତନୁ କୁମାର ପାଢ଼ୀ, ତପନ କୁମାର ପାଢ଼ୀ, ପ୍ରଫୁଲ କୁମାର ବଡ଼ୁ, ସହଦେବ ଗୌଡ଼ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଫଟେ।ଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସ୍ୱର୍ଗତ ପାଢ଼ୀଙ୍କ ପୁତ୍ର କାମାକ୍ଷା ପ୍ରସାଦ ପାଢ଼ୀ କାଯର୍ୟକ୍ରମ ଅ।ୟେ।ଜନ କରିଥିଲେ ।