ଏସବିଆଇ ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ବଡି ବିଲ୍ଡର ତରୁଣ କୁମାର ଚାଟାର୍ଜୀଙ୍କୁ ସମ୍ବର୍ଦ୍ଧନା

ବାଲେଶ୍ୱର, (ସରୋଜ ପଣ୍ଡା):ଭାରତୀୟ ଷ୍ଟେଟବ୍ୟାଙ୍କ ଅବସରପ୍ରାପ୍ତ କର୍ମଚାରୀ ସଂଘ ବାଲେଶ୍ୱର ଜିଲା ସଭାପତି ହରେକୃଷ୍ଣ ପାତ୍ରଙ୍କ ସଭାପତିତ୍ୱରେ ଏସିଆ ବଡ଼ି ବିଲଡିଂ ଚମ୍ପିୟନସିପ୍ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ବିଜେତା ତରୁଣ କୁମାର ଚାଟାର୍ଜୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ସଭାରେ ସଂଘର ସମ୍ପାଦକ ଗଣେଶ ଚନ୍ଦ୍ର ଜେନା, ବାଲେଶ୍ୱର ଶାଖାର ମୁଖ୍ୟ ପ୍ରବନ୍ଧକ ହେମନ୍ତ କୁମାର ବେହେରା, ବାଲେଶ୍ୱର ଶାଖା କର୍ମଚାରୀ ସଂଘର ସମ୍ପାଦକ ତଥା ଜୋନାଲ୍ ସେକ୍ରେଟାରୀ ମାନସ କୁମାର ମହାପାତ୍ର ଉପସ୍ଥିତ ଥିଲେ । ଅବସରପ୍ରାପ୍ତ କର୍ମଚାରୀ ସଂଘର ପ୍ରାୟ ୫୦ଜଣ ସଭ୍ୟ ଯୋଗଦାନ କରିଥିଲେ । ତରୁଣ ଚାଟାର୍ଜୀ ତା ୦୯-୦୭-୨୦୨୨ରିଖ ଏସିଆ ମହାଦେଶର ମାଲଡିଭସଠାରେ ଏସିଆ ବଡ଼ି ବିଲଡିଂ ଚମ୍ପିୟନସିପ୍ ପ୍ରତିଯୋଗିତାରେ ଭାରତପକ୍ଷରୁ ଅଂଶଗ୍ରହଣ କରି ସ୍ୱର୍ଣ୍ଣ ପଦକ ଲାଭ କରିଥିବାରୁ ତାଙ୍କୁ ଉଚ୍ଚପ୍ରଶଂସା କରାଯାଇଥିଲା । ଆସନ୍ତା ଡିସେମ୍ବର ୯ ତାରିଖରେ ଥାଇଲାଣ୍ଡ୍‌ରେ ହେବାକୁ ଥିବା ବିଶ୍ୱ ବଡ଼ି ବିଲ୍ଡିଙ୍ଗ୍ ଚମ୍ପିଆନସିପ୍‌ର ସେ ଟିମ୍ ଇଣ୍ଡିଆ ତରଫରୁ ପ୍ରତିନିଧିତ୍ୱ କରୁଥିବାରୁ ସଂଘ ପକ୍ଷରୁ ତାଙ୍କର ସଫଳତା କାମନା କରାଯାଇଛି ।ଏହି ଅବସରରେ ସଂଘର ସଦସ୍ୟ ପ୍ରଫୁଲ୍ଲ କୁମାର ଦାସ ଶ୍ରୀ ଚାଟାର୍ଜୀଙ୍କ ଉଦ୍ଦେଶ୍ୟରେ ସ୍ୱରଚିତ କବିତା ପାଠ କରିଥିଲେ । ପରେଶ ଚନ୍ଦ୍ର ଦାଶ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ