ଏସବିଆଇ ତରଫରୁ ସହୀଦ ଚନ୍ଦ୍ରକାନ୍ତ ଙ୍କ ପରିବାର କୁ ୩୦ ଲକ୍ଷ ର ଚେକ୍ ପ୍ରଦାନ
ରାଇକିଆ, (ପ୍ରଦୀପ କୁମାର ବେହେରା):ଗଲବନ ଉପତ୍ୟକା ରେ ଚୀନ ସୈନିକ ଙ୍କ ସହିତ ସଂଘର୍ଷ ରେ ସହୀଦ ହୋଇଥିବା ରାଇକିଆ ବ୍ଲକ ର ବିଏରପଙ୍ଗା ଗ୍ରାମର ଚନ୍ଦ୍ରକାନ୍ତ ପ୍ରଧାନ ଙ୍କ ପରିବାର କୁ ଶୁକ୍ରବାର ଏସବିଆଇ ତରଫରୁ ୩୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି । ଏହି ଅର୍ଥ ଚନ୍ଦ୍ରକାନ୍ତ ଙ୍କ ପରିବାର ବର୍ଗ ଙ୍କ ଉପସ୍ଥିତି ରେ ମା ବିଳାସିନୀ ପ୍ରଧାନ ଙ୍କୁ ପ୍ରଦାନ କରିଛନ୍ତି । ଫୁଲବାଣୀ ଆଞ୍ଚଳିକ ପ୍ରବନ୍ଧକ ବି .କେ .ମନ୍ଧାତା ଏବଂ ପାବୁରିଆ ଷ୍ଟେଟ ବ୍ୟାଙ୍କ ଶାଖା ର କର୍ମଚାରୀ ଚନ୍ଦ୍ରକାନ୍ତ ଙ୍କ ପରିବାର ଙ୍କୁ ଭେଟି ଆଶ୍ୱାସନା ଦେବା ସହ ଚେକ ପ୍ରଦାନ କରିଥିଲେ । ଶହୀଦ ଯବାନ ଙ୍କ ପରିବାର ଙ୍କୁ ଏସବିଆଇ ତରଫରୁ ୩୦ ଲକ୍ଷ ଟଙ୍କା ପ୍ରଦାନ କରାଯାଉଥିବା ବେଳେ ଫୁଲବାଣୀ ଜୋନ ତରଫରୁ ତ୍ୱରିତ ପଦକ୍ଷେପ ନିଆ ଯାଇ ଖୁବ୍ କମ୍ ସମୟ ମଧ୍ୟ ରେ ଅର୍ଥ ପ୍ରଦାନ କରାଯାଇଥିବା ଆଞ୍ଚଳିକ ପ୍ରବନ୍ଧକ କହିଛନ୍ତି ।