ଏସବୁ ଅଙ୍ଗକୁ ବାରମ୍ବାର ଛୁଅନ୍ତୁନି

ଶରୀରରେ ଯେଉଁ ଅଙ୍ଗ ସବୁ ଅଛି ସେଥିମଧ୍ୟରୁ କେତେକରେ ଆଦୌ ହାତ ମାରିବା ଉଚିତ୍ ନୁହେଁ । କାରଣ ସେହି ଅଙ୍ଗକୁ ବାରମ୍ବାର ଛୁଇଁଲେ କିଛି କ୍ଷତି ହୋଇପାରେ ବା ସମସ୍ୟା ମଧ୍ୟ ଉପୁଜିପାରେ । ଆସନ୍ତୁ ଜାଣିବା ସେହି ଅଙ୍ଗଗୁଡ଼ିକ ସମ୍ପର୍କରେ ।

ପ୍ରଥମତଃ ନିଜ କାନରେ ଆଙ୍ଗୁଠି ପୁରାଇବା କିଛି ଲୋକଙ୍କର ନିୟମିତ ଅଭ୍ୟାସ ରହିଛି । କିନ୍ତୁ ଏହା କରିବା ଅନୁଚିତ । କେ.ସ୍କୁଲ ଅଫ୍ ମେଡିସିନ୍ ଅଫ୍ ୟୁଏସସିର ହେଡ ଆଣ୍ଡ ନେକ ସର୍ଜରିର ପ୍ରମୁଖ ପ୍ରଫେସର ଜନ୍. କେ. ନିପୋର୍କୋଙ୍କ ଅନୁଯାୟୀ କାନରେ ଆଙ୍ଗୁଠି ବା ଅନ୍ୟ କିଛି ଜିନିଷ ଭର୍ତ୍ତି କଲେ କାନର ଝିଲ୍ଲି ଫାଟିଯିବାର ଆଶଙ୍କା ରହିଛି ।
ଠିକ୍ ସେହିପରି ନିଜର ମୁହଁରେ ବି ହାତର ଆଙ୍ଗୁଠି ଛୁଇଁବା ଭଲ ନୁହେଁ । କାରଣ ଏହା ଦ୍ୱାରା ହାତରେ ଥିବା ରୋଗାଣୁ ମୁହଁରେ ରହିଯାଆନ୍ତି । ପୋଛିବା ବା ଧୋଇବା ବ୍ୟତୀତ ନିଜ ନିତମ୍ବରେ କେବେ ହାତ ବି ମାରନ୍ତୁ ନାହିଁ । କାରଣ ପଛ ପାଖରେ ବ୍ୟାକ୍ଟେରିଆ ଥାଆନ୍ତି । ସବୁବେଳେ ସେଠି ହାତ ମାରିଲେ ଏହା ଦ୍ୱାରା ସଂକ୍ରମିତ ହୋଇଥାଏ । ଯଦିବା ନିହାତି ଆବଶ୍ୟକ ପଡ଼େ, ତେବେ ହାତକୁ ଭଲ ଭାବେ ସାବୁନରେ ଧୋଇଦେବା ଉଚିତ୍ । ଆଖିକୁ ବି ବାରମ୍ବାର ଛୁଇଁବା ବା ହାତରେ ଆଖି ମଳିବା ମଧ୍ୟ କ୍ଷତିକାରକ । ଏହା ଦ୍ୱାରା ସହଜରେ ଆଖିରେ ଜୀବାଣୁ ପଶିଯାଆନ୍ତି । ତା’ଛଡ଼ା ଆଖିରେ ସଂକ୍ରମଣ ବି ହୋଇପାରେ । ଠିକ୍ ସେହିପରି କିଛି ଲୋକ ଓଠ ଉପରେ ଅନେକ ସମୟରେ ଆଙ୍ଗୁଠି ରଖିଥାନ୍ତି । ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାଯାଇଛି ଯେ, ଏହା ଦ୍ୱାରା ଶରୀର ଭିତରକୁ ଏକ ତୃତୀୟାଂଶ ଜୀବାଣୁ ପ୍ରବେଶ କରିଥାନ୍ତିି ।
ଅନ୍ୟ ପକ୍ଷରେ ଯେଉଁମାନଙ୍କର ନାକରେ ଆଙ୍ଗୁଠି ପୂରାଇବାର ବଦଭ୍ୟାସ ରହିଛି, ସେମାନେ ଏହାକୁ ତୁରନ୍ତ ବନ୍ଦ କରିବା ଦରକାର । କାରଣ ଏପରି କଲେ ଶରୀରରେ ଷ୍ଟେଫାଇଲୋ ବକ୍ସ ଆରସ ନାମକ ବ୍ୟାକ୍ଟେରିଆ ପ୍ରବେଶ କରିବାର ଆଶଙ୍କା ରହିଛି । ଆପଣ ଯଦି ପାଦ ନଖ ବା ହାତ ନଖରୁ ମଇଳା କାଢ଼ିବା ପାଇଁ ଯଦି ଅଧିକାଂଶ ସମୟରେ ପ୍ରୟାସ କରୁଛନ୍ତି ତେବେ ତାହା ଠିକ୍ ନୁହେଁ । ଏଥିପାଇଁ ନେଲ ବ୍ରସ ବ୍ୟବହାର କରନ୍ତୁ । ଏପରି କଲେ ରୋଗ ଜୀବାଣୁ ତ୍ୱଚାରେ ପଶିବାର ଆଶଙ୍କା ଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ