ଏସାର ପାଳିଲା ଜାତୀୟ ସଡକ ସୁରକ୍ଷା ସପ୍ତାହ

ପାରାଦୀପ, (ପୀତବାସ ପ୍ରଧାନ) :ଏସାର ବଲ୍କ୍ ଟର୍ମିନାଲ ପାରାଦୀପ ଲିମିଟେଡ୍ ଆନୁକୁଲ୍ୟରେ ୩୩ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଏକ ସଚେତନତା କାର୍ଯ୍ୟକ୍ରମରେ ଏସାର ପୋର୍ଟସ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ୟୁ.ଭେଙ୍କଟରାଓ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ପାରାଦୀପର ମୁଖ୍ୟ ରାସ୍ତାରେ ଘଟୁଥିବା ଅକସ୍ମାତ ଦୁର୍ଘଟଣାକୁ ପ୍ରଶମିତ କରିବା ପାଇଁ ବିଭିନ୍ନ ପ୍ରକାର ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କମ୍ପାନୀର ମୁଖ୍ୟ ନିରାପତ୍ତା ଅଧିକାରୀ ଦୀପକ କୁମାର ରେଡ୍ଡୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କମ୍ପାନୀର ମହାପ୍ରବନ୍ଧକ ଅନନ୍ତ ସୁବୁଦ୍ଧିରାୟ, ମୁଖ୍ୟଅର୍ଥ ପରାମର୍ଶଦାତା ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ଯୋଗ ଦେଇ ସଡକ ସୁରକ୍ଷା ସପ୍ତାହର ପ୍ରତିବଦ୍ଧତା ସମ୍ବନ୍ଧରେ ସ୍ପଟିକରଣ ରଖିଥିଲେ । ଶେଷରେ ନିରାପତ୍ତା ଅଧିକାରୀ ବିଭୁ ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ