ଏସିଏଫ୍ ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ମାମଲା ଗଜପତି ଏସ୍‌ପିଙ୍କ ସହ କ୍ରାଇମ ବ୍ରାଞ୍ଚ ଟିମ୍‌ର ଆଲୋଚନା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ବହୁ ଚର୍ଚ୍ଚିତ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ପାରଳାଖେମୁଣ୍ଡିରେ ଗତକାଲି ପହଞ୍ôଚଥିବା କ୍ରାଇମ ବ୍ରାଞ୍ଚର ୪ ଜଣିଆ ଟିମ୍ ଆଜି ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟଙ୍କ ସହ ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ମାମଲାକୁ ନେଇ ପୁଙ୍ଖାନୁ ପୁଙ୍ଖ ଆଲୋଚନା କରିଛନ୍ତି । ସୂଚନା ଯୋଗ୍ୟ ଯେ ତଦନ୍ତରେ ପାରଳାଖେମୁଣ୍ଡି ପୋଲିସକୁ ସହଯୋଗ କରିବା ନିମନ୍ତେ ଡିଏସପି ବିଜୟ ମଲିଙ୍କ ନେତୃତ୍ୱରେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକଙ୍କୁ ସାକ୍ଷାତ କରି ଏ ସମ୍ପର୍କରେ ଆଲୋଚନା କରିଛନ୍ତି । ଘଟଣାର ଗଭିରତାର ଦୃଷ୍ଟିରେ ରଖି ତଦନ୍ତକୁ ଜୋରଦାର କରିବା ପାଇଁ ସହଯୋଗ କରିବ ଏହି ଟିମ୍ । ଘଟଣାସ୍ଥଳ ଅନୁଧ୍ୟାନ କରିବା ପରେ ବର୍ତ୍ତମାନ ସୁଦ୍ଧା ପୋଲିସ ନିକଟରେ ରହିଥବା ଦସ୍ତାବିଜ ଓ ପ୍ରମାଣକୁ ଅନୁଧ୍ୟାନ କରି ତଦନ୍ତ କରିବ ଏହି କ୍ରାଇମ ବ୍ରାଞ୍ଚ ଟିମ୍ । ଗଜପତି ପୋଲିସର ୪ଜଣିଆ ତଦନ୍ତକାରୀ ଟିମର ମୁଖ୍ୟ ତଥା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ପଟ୍ଟନାୟକଙ୍କ ସଦ କ୍ରାଇମ ବ୍ରାଞ୍ଚର ଅଧିକାରୀ ଙ୍କ ସହ ଆଲୋଚନା ପରେ ତଦନ୍ତର ଦିଗ ସ୍ଥିର କରାଯାଇ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି କ୍ରାଇମ ବ୍ରାଞ୍ଚ ଡିଏସ୍‌ପି ବିଜୟ କୁମାର ମଲିକ । ତଦନ୍ତରେ ବାଧା ଉପୁଜିବା ଆଶଙ୍କା କରି ପୋଲିସ ଏନେଇ କିଛି କହୁ ନାହିଁ । ତେବେ କେମିତି ପୋଡି ହେଲେ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ । ସୌମ୍ୟଙ୍କ ମୃତ୍ୟୁ ଶହ ଶହ ପ୍ରଶ୍ନ ଛିଡା କରିଛି । ମ୍ୟାରେଜ୍ ଏଗ୍ରିମେଣ୍ଠ ଠାରୁ ନେଇ ସୌମ୍ୟଙ୍କ ବାପା, ମାଆଙ୍କ ବୟାନରୁ ବୁଝା ପଡୁଛି ବିଦ୍ୟାଙ୍କ ସହ ସୌମ୍ୟଙ୍କ ଭଲ ପଡୁ ନଥିଲା । ଆଜି ପାରଳାଖେମୁଣ୍ଡି ପୋଲିସର ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ କପ୍ତିପଦା ସ୍ଥିତ ସୌମ୍ୟଙ୍କ ଶଶୁର ଘରେ ବିଦ୍ୟାଙ୍କୁ ମାରାଥନ୍ ଜେରା କରିଥିଲା । ଜେରାପରେ ପୋଲିସ ବିଦ୍ୟା ଭାରତୀ ଓ ସୌମରଞ୍ଜନଙ୍କ ମୋବାଲ ଜବତ କରିଛି । ଜବତ ମୋବାଇଲକୁ ଟେକ୍ନିକାଲ ଟିମ୍ ଯାଞ୍ଚ କରିବ । ମୋବାଇଲୁ ଏସିଏଫି ସୌମରଞ୍ଜନଙ୍କ ମୃତ୍ୟୁର ବୁଢିଆଣି ଜାଲ ଉପରୁ ପରଦା ହଟିପାରେ । ପାରଳାଖେମୁଣ୍ଡି ପୋଲିସ ବିଦ୍ୟା ଭାରତୀଙ୍କୁ ପଚାଉଚରା କରି ଫେରିଛି । କେମିତି ସୌମ୍ୟଙ୍କ ଦେହରେ ନିଆଁ ଲାଗିଥିଲା ? ସୋମବାର ରାତିରେ କଣ ହୋଇଥିଲା ? ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ କେମିତି ଥିଲା ? ପାରିବାରକ କଳହ, ପରକୀୟା ପ୍ରୀତି, ବଲାଙ୍ଗିରରେ ବ୍ୟାଚଲର ପାର୍ଟି ନେଇ ପୋଲିସ ବିଦ୍ୟାଙ୍କୁ ପଚାରିଛି । ସୌମ୍ୟଙ୍କ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କ ସିଧାସଳଖ ଦାୟୀ କରିଛନ୍ତି ସୌମଙ୍କ ପରିବାର । ଅପରପକ୍ଷରେ ବିଦ୍ୟା ମଧ୍ୟ ସୌମ୍ୟଙ୍କ ପରକିୟାପ୍ରିତିକୁ ନେଇ ଖୁଲାସା କରିଛନ୍ତି । ବିଦ୍ୟା ଦେଇଥିବା ଏକ ଅଡିଓ ଟ୍ୟାପ୍ ଗଣମାଧ୍ୟମରେ ବେଶ ଭାଇରେଲ ହେବାରେ ଲାଗିଛି । ବିଦ୍ୟା ସୌମ୍ୟଙ୍କୁ ପରକୀୟା ପ୍ରିତିକୁ ନେଇ ବିଭିନ୍ନ ପ୍ରଶ୍ନ ପଚାରୁଥିବାର ମଧ୍ୟ ଶୁଣାଯାଉଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଏତେ ଦିନ ଚୁପ ରହିଥିବା ବିଦ୍ୟା ବର୍ତ୍ତମାନ କାହିଁକି ଏସବୁର ଖୁଲାସା କରୁଛନ୍ତି ? ବିଦ୍ୟା କଣ ନୂଆ ଚାଲ ଖେଳୁଛନ୍ତି ନା ପ୍ରକୃତ ତଥ୍ୟ ପ୍ରଦାନ କରୁଛନ୍ତି ତାହା ବୁଝାପଡୁନାହିଁ । ତେବେ ଘଟଣାପୁରି ୮ ଦିନ ବିତି ଯାଇଥିଲେ ମଧ୍ୟ ଏହା ହତ୍ୟା ନା ଆତ୍ମହତ୍ୟା ନା ଅଘଟଣ ଏମିତି ଅନେକ ପ୍ରଶ୍ନ ସୌମ୍ୟରଞ୍ଜନଙ୍କ ମୃତୁୟ ଘଟଣା । ସେ ଯାହା ହେଉ ପରସ୍ପର ଉପରେ ପରକ୍ରିୟାପ୍ରିତି ଦୋଷାରୋପ ହିଁ ଏହି ଧୂଆଁରେ ନିଆଲଗାଇଛି ବୋଲି ଚର୍ଚ୍ଚା ହେଉଛି । ତେବେ ସୌମ୍ୟଙ୍କ ନାମରେ ପାଲଟା ଅଭିଯୋଗ ଆଣି ତାଙ୍କର ଅନ୍ୟ ଝିଅ ସହ ସମ୍ପର୍କ ଥିବା କହିଛନ୍ତି ବିଦ୍ୟାଭାରତୀ । ଅନ୍ୟ ପକ୍ଷରେ ବିଦ୍ୟା ଭାରତୀଙ୍କ ଶଶୁର ଘର ଲୋକେ ମିଥ୍ୟା ଅଭିଯୋଗ କରୁଛନ୍ତି ବୋଲି ସେ କହିଛନ୍ତି । ଏଣୁ ପ୍ରଶ୍ନ ଉଠୁଛି କିଏ କହୁଛି ସତ ? ବିଦ୍ୟାଭାରତୀ ନା ସୌମ୍ୟଙ୍କ ପରିବାର ଲୋକେ । ସେ ଯାହା ହେଉନା କାହିଁକି ଅକାରଣରେ ସୌମ୍ୟଙ୍କ ମୃତ୍ୟୁକୁନେଇ ପରିବାର ଲୋକେ ଓ ଜନସାଧାରଣ ବିଭିନ୍ନ ମତ ଦେବା ସହ ମୃତ ସୌମ୍ୟଙ୍କୁ ନ୍ୟାୟ ମିଳୁଛି କି ନାହିଁ ଅପେକ୍ଷାରେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ