ଏସିଡ୍ ଆଟାକ୍ ସର୍ଭାଇଭରଙ୍କୁ ମିଳିବ ସହାୟତା
ଡେରାଡୁନ – ଏସିଡ୍ ଆଟାକ୍ ସର୍ଭାଇଭରଙ୍କୁ ପେନସନ୍ ଦେବାକୁ ଚିନ୍ତା କରିଛନ୍ତି ବୋଲି ସୋମବାର ଉତ୍ତରାଖଣ୍ଡ ସରକାର ମନ୍ତ୍ରୀ ରେଖା ଆର୍ଯ୍ୟ ପ୍ରକାଶ କରିଛନ୍ତି । ଫଳରେ ଏମାନେ ସ୍ବାଧୀନ ହେବା ସହ ଆର୍ଥିକ ସ୍ତରରେ ମଜଭୂତ ହୋଇପାରିବେ ଓ ଅନ୍ୟମାନଙ୍କ ଭଳି ଭଲ ଜୀବନ ବିତାଇ ପାରିବେ । ସୂଚନାଥାଉକି ଦେଶରେ ଏସିଡ୍ ଆଟାକ୍ ପୀଡିତାଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ନିକଟରେ ଏମିତି ଏକ କାହାଣୀକୁ ନେଇ ବଲିଉଡ୍ରେ ନିର୍ମାଣ କରାଯାଇଥିବା ଫିଲ୍ମ ‘ଛପାକ’ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।