ଏସିବି ଫାଉଣ୍ଡେସନର ପ୍ରତିଷ୍ଠାତାଙ୍କୁ ସମ୍ବର୍ଦ୍ଧନା

ହାଟଡ଼ିହି, : ଆନନ୍ଦପୁର ମହୋତ୍ସବରେ ଏସିବି ଫାଉଣ୍ଡେସନର ପ୍ରତିଷ୍ଠାତା ଅଲେଖ ଚନ୍ଦ୍ର ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ମହୋତ୍ସବର ଉଦଯାପନୀ ଦିବସରେ ବିଭିନ୍ନ କ୍ଷେତ୍ରରେ ଉଲେଖନୀୟ ସଫଳତା ଅର୍ଜନ କରିôତବା ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ଶିକ୍ଷା, ସଂସ୍କାର, ସେବା କ୍ଷେତ୍ରରେ ଉଲେକନୀୟ କାର୍ଯ୍ୟ କରିଥିବା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଏସିବି ଫାଉଣ୍ଡେସନର ପ୍ରତିଷ୍ଠାତା ଅଲେଖ ଚନ୍ଦ୍ର ବେହେରାଙ୍କୁ ମୁଖ୍ୟ ଅତିଥି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଓ ମହୋତ୍ସବ କମିଟିର ଅଧ୍ୟକ୍ଷ ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ସାହୁ ପ୍ରମୁଖ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏସିବି ଫାଉଣ୍ଡେସନକୁ ଏହି ସମ୍ବର୍ଦ୍ଧନା ମିଳିବାପରେ କାହାଳିଆଗଡିଆ, କୁରାଢ଼ିଘସା, ପଢ଼ିଆରିପଲ୍ଲୀ ଅଦି ଅଞ୍ଚଳର ଶିକ୍ଷକ ଶିକ୍ଷୟତ୍ରୀ, ଯୁବଗୋଷ୍ଠୀ, ଛାତ୍ରୀଙ୍କ ପକ୍ଷରୁ ସ୍ୱାଗତ କରାଯାଇଛି । ପୁର୍ବରୁ ମଧ୍ୟ ଏହି ଅନୁଷ୍ଠାନକୁ ଭୁବନେଶ୍ୱର ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ