ଏସିବି ଫାଉଣ୍ଡେସନର ପ୍ରତିଷ୍ଠାତାଙ୍କୁ ରାଜ୍ୟସ୍ତରୀୟ ସମ୍ମାନ

ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କାହାଳାଳିଆ ଗଡିଆରେ ଥିବା ଏ.ସି.ବି ଫାଉଣ୍ଡେସନର ପ୍ରତିଷ୍ଠାତାଙ୍କୁ ଉଲେଖନୀୟ ସେବାକାର୍ଯ୍ୟ ପାଇଁ ରାଜ୍ୟସ୍ତରୀୟ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ଆଧ୍ୟାତ୍ମିକ ଓ ସାମାଜିକ ସଂଗଠନ ‘ଆମ ପରିବାର’ ପକ୍ଷରୁ ଭୁବନେଶ୍ୱରରେ ସଭାପତି ହେମନ୍ତ ସିଂଙ୍କ ସଂଯୋଜନାରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଉତ୍ତର ର ବିଧାୟକ ଅନନ୍ତ ନାରାୟଣ ଜେନା, ମୁଖ୍ୟ ବକ୍ତା ଭାବେ ିଶିଷ୍ଟ ସାମ୍ବାଦିକ ପ୍ରଦୁ୍ୟମ୍ନ ସତପଥି, ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ପ୍ରବଚକ ପଣ୍ଡିତ ବିଶ୍ୱନାଥ ସତପଥି, ଭୁବନେଶ୍ୱର ଏସିପି ବିଷ୍ଣୁପ୍ରସାଦ ପାତ୍ର, ଭୁବନେଶ୍ୱର ମାନବିକ ଅଧିକାର ଆଞ୍ଚଳିକ ସଭାପତି ପ୍ରମୋଦ କୁମାର ପୃଷ୍ଟି, ବିଶିଷ୍ଟ ସମାଜସେବୀ ବନ୍ଦନା ହରିଚନ୍ଦନ, ଡଃ.ଅସିତ୍ ଦାସ, ବିଶିଷ୍ଟ କଣ୍ଠଶିଳ୍ପୀ ଜୟଶ୍ରୀ ଧଳ ଓ ବିରାପାଣି ସିଂଙ୍କ ଉପସ୍ଥିତିରେ ଶିକ୍ଷା, ସଂସ୍କାର, ଦୀନଦୁଖିଃ ମାନଙ୍କ ସେବା, ପରିବେଶ ସୁରକ୍ଷା, ବୃକ୍ଷରୋପଣ ଆଦି କାର୍ଯ୍ୟପାଇଁ ଏସିବି ଫାଉଣ୍ଡେସନର ପ୍ରତିଷ୍ଠାତା ଶିକ୍ଷାବିତ ଅଲେଖ ଚନ୍ଦ୍ର ବେହେରାଙ୍କୁ ପୁଷ୍ପଗୁଚ୍ଛ, ପରିବେଶବିତ ସମ୍ମାନର ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀଯୁକ୍ତ ବେହେରାଙ୍କୁ ଏହି ସମ୍ମାନ ମିଳିବାପରେ ବିଭିନ୍ନ ସ୍ୱେସ୍ଥାସେବୀ ସଂଗଠନ ଓ ବୁଦ୍ଧିଜିବୀ, ଯୁବଗୋଷ୍ଠୀ, ଛାତ୍ରଛାତ୍ରୀଙ୍କ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ