ଏସିବି ଫାଉଣ୍ଡେସନ ତରଫରୁ ଅଗ୍ନି ବିପନ୍ନଙ୍କୁ ସହାୟତା

ହାଟଡିହି (ଓ୍ବାଇଏନ୍ଏସ୍) : କାଳିଆଗଡିଆ ସ୍ଥିତ ଏସିବି ଫାଉଣ୍ଡେସନ ପକ୍ଷରୁ ବାଲିବରେଇ ଗ୍ରାମର ଅଗ୍ନି ବିପନ୍ନ ପରିବାରକୁ ସହାୟତା ପ୍ରଦାନ କରାଯାଇଛି । ସର୍ଟସର୍କିଟ ଯୋଗୁଁ ବାଲିବରେଇ ଗ୍ରାମର କିର୍ତ୍ତନ ବିହାରୀ ଜେନାଙ୍କ ଘର ପୋଡି ଯିବା ସହିତ ଲକ୍ଷଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଥିଲା । ଏସିବି ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅବସରପ୍ରାପ୍ତ ଶିକ୍ଷକ ଅଲେଖ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ପୁୁରସ୍ତମ ସାହୁ, କେଶବ ଚନ୍ଦ୍ର ବେହେରା, ସୁରେନ୍ଦ୍ର ବେହେରା ପ୍ରମୁଖ ବାଲିବରେଇ ଗ୍ରାମରେ ପହଞ୍ଚି ଅଗ୍ନି ବିପନ୍ନ ପରିବାରକୁ ଶୁଖିଲା ଖାଦ୍ୟ, ମାସ୍କ, ସାବୁନ ଇତ୍ୟାଦି ପ୍ରଦାନ କରିଛନ୍ତି । ଏହି ସମୟରେ ରାମଚନ୍ଦ୍ର ସାହୁ, ନିରାକାର ମହାନ୍ତି, ବିଜୟ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ