ଏସିବି ଫାଉଣ୍ଡେସନ ପକ୍ଷରୁ କମ୍ବଳ ବଣ୍ଟନ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁ୍‌ଜ୍‌) ; ହାଟଡିହି ବ୍ଲକ କାହାଳିଆଗଡିଆ ଠାରେ ଏସିବି ଫାଉଣ୍ଡେସନ ପକ୍ଷରୁ ଗରିବ ବୃଦ୍ଧବୃଦ୍ଧା ମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି । ସଭାପତି ଅଲେଖ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ପଢ଼ିଆରିପଲ୍ଲୀ ପଞ୍ଚାୟତର ସରପଞ୍ଚ ନିରୁପମା ପାତ୍ର, ମୁଖ୍ୟ ବକ୍ତା ଭାବେ ସେକେଣ୍ଡାରୀ ତାଲିମ ବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଚିନ୍ତାମଣୀ ପାଣିଗ୍ରାହୀ, ସମ୍ମାନୀତ ଅତିଥି ଭାବେ ହାଟଡିହି ଏବିଇଓ ସୁରଥ କୁମାର ସାହୁ, ଅବସରପ୍ରାପ୍ତ ଶିକ୍ଷକ ପୁରସ୍ତମ ସତପଥି, ପ୍ରଧାନ ଶିକ୍ଷକ ପ୍ରଫୁଲ କୁମାର ନାୟକ, ଝୁଣାବାଡି ସ୍କୁଲର ପ୍ରଧାନ ଶିକ୍ଷକ ଶରତ କୁମାର ଗିରି, ହରିପୁର ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିୀକ୍ଷକ ଅଜାମ୍ବିଳ ବେହେରା, ସମାଜସେବୀ ଶିବ ପ୍ରସାଦ ବେହେରା ପ୍ରମୁଖ ଯୋଗଦେଇ ଏସିବି ଫାଉଣ୍ଡେସନ ପକ୍ଷରୁ କରାଯାଉଥିବା ଯୋଜନା ଗୁଡିକର ଭୂୟସୀ ପ୍ରସଂଶା କରିବା ସହିତ ଅସହାୟ, ଦଳିତ ଓ ନିଷ୍ପେଷିତ ଲୋକଙ୍କୁ ଫାଉଣ୍ଡେସନର ସହାୟତାର ହାତ ଜାରି ରହୁ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ରଟିଣା ଓ ପଢ଼ିଆରିପଲ୍ଲୀ ପଞ୍ଚାୟତର ୫୦ରୁ ଉର୍ଦ୍ଧ ଗରିବ ଅସହାୟ ବୃଦ୍ଧବୃଦ୍ଧାଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା । ସମ୍ପାଦକ ଅବିନାଶ ଚନ୍ଦ୍ର ବେହେରା ସମ୍ପାଦକୀୟ ବିବରଣୀ ପାଠ କରିବା ସହିତ ସ୍ୱାଗତ ଭାଷଣ ଓ ମଞ୍ଚ ସଂଯୋଜନା କରିଥିବାବେଳେ କୋଷାଧ୍ୟକ୍ଷ ଲକ୍ଷ୍ମୀଧର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଫାଉଣ୍ଡେସନର ସଦସ୍ୟ ସନ୍ତୋଷ କୁମାର ସାହୁ, ସୁଧାଶୁଂ କୁମାର ଦାସ, ଶ୍ରୀମତୀ ଅମ୍ବିକା ବେହେରା ପ୍ରମୁଖ କାର୍ଯ୍ରକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ